fbpx

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ, ୮ା୧୨: ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୫ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଘଟଣା ସ୍ଥଳ ପରିଦର୍ଶନ ପରେ ସେହି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ସମସ୍ତ ଆହତକଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ସହ ଏକ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ନିଆଁରେ ଫସିଥିବା ୫୬ ଲୋକଙ୍କୁ ଉଦ୍ଧାର କରିଥିଲା ଦମକଳ ବାହିନୀ । ୫ଟି ହସ୍ପିଟାଲରେ ଆହତକଙ୍କୁ ଚିକିତ୍ସା କରାଯାଉଛି । ସେଠାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁରୁ ଉଦ୍ଦାର କରିବା ପାଇଁ ୩୦ଟି ଦମକଳ ଲାଗିଥିବା ବେଳେ ୨୬ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ବହୁ ସମୟ ପରେ ନିଆଁକୁ ଆୟତ କରିଥିଲା ଦମକଳ ବାହିନୀ ।

Get real time updates directly on you device, subscribe now.