fbpx

ଦିଲ୍ଲୀ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୬.୯୬% ମତଦାନ, ଭୋଟ ଦେଲେ କେଜ୍ରିୱାଲ ଓ ସୋନିଆ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ଦିଲ୍ଲୀରେ ୬.୯୬% ମତଦାନ ହୋଇଛି । ବାପା ଓ ମାଆଙ୍କ ଆର୍ଶୀବାଦ ନେଇ ମତଦାନ କେନ୍ଦ୍ର ଯାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ରାଜପୁରା ରୋଡ଼ରେ ପତ୍ନୀଙ୍କ ସହ ମତଦାନ ସେ କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭୋଟ ଦେଇଛନ୍ତି । ନିର୍ମାଣ ଭବନ ବୁଥକୁ ଯାଇ ସୋନିଆ ଗାନ୍ଧୀ ମତଦାନ କରିଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ନିର୍ମାଣ ଭବନରେ ମତଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି ଭୋଟର ଭୋଟ୍ ଦେବେ । ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ ।

Get real time updates directly on you device, subscribe now.