fbpx

ମହଙ୍ଗା ସମୟରେ କେଜ୍ରିୱାଲଙ୍କ ବଡ଼ ଘୋଷଣା: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ବେତନ, ପଛରେ ପଡ଼ିଲେ ଦେଶର ସମସ୍ତ ରାଜ୍ୟ

ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର । ଶ୍ରମିକଙ୍କ ସର୍ବନିମ୍ନ ବେତନ ବୃଦ୍ଧି କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର । ଏଣିକି ଦିଲ୍ଲୀର ଶ୍ରମିକମାନେ ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଅଧିକ ମାତ୍ରାରେ ସର୍ବନିମ୍ନ ବେତନ ପାଇବେ । ବର୍ତ୍ତମାନ ଦେଶରେ ମହଙ୍ଗା ମାଡ଼ ଚାଲିଥିବା ବେଳେ ଶ୍ରମିକଙ୍କ ହିତସାଧନ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏନେଇ ସବିଶେଷ ସୂଚନା ଦେଇଛନ୍ତି ।

ତେବେ ସର୍ବନିମ୍ନ ବେତନ ବୃଦ୍ଧି ହେବା ଫଳରେ ଏଣିକି ଦିଲ୍ଲୀର ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନେ ବେନିଫିଟ୍ ପାଇପାରିବେ । ଅଣକୁଶଳୀ ଶ୍ରମିକଙ୍କ ମାସିକ ବେତନ ୧୬,୦୬୪ରୁ ବୃଦ୍ଧି ପାଇ ୧୬,୫୦୬ ଟଙ୍କାରେ ପହଞ୍ଚିଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ବେତନ ୧୭,୬୯୩ରୁ ବୃଦ୍ଧି ପାଇ ୧୮,୧୮୭ ଟଙ୍କା ଓ କୁଶଳୀ ଶ୍ରମିକଙ୍କ ବେତନ ୧୯,୪୭୩ରୁ ବୃଦ୍ଧି ପାଇ ୨୦,୦୧୯ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀର ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାର ପ୍ରତି ୬ ମାସ ବ୍ୟବଧାନରେ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି ବୋଲି ଶ୍ରୀ ସିସୋଦିଆ କହିଥିଲେ ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ ଓ ମଜଦୁର ବର୍ଗର ହିତକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ଘୋଷଣାର ଲାଭ ଲିପିକ ଓ ସୁପରଭାଇଜର ବର୍ଗର କର୍ମଚାରୀଙ୍କୁ ମିଳିବ । ଅଣସଙ୍ଗଠିତ କ୍ଷେତ୍ରର ଯେଉଁ ଶ୍ରମିକମାନଙ୍କୁ କେବଳ ସର୍ବନିମ୍ନ ବେତନ ମିଳେ, ସେମାନଙ୍କର ମହଙ୍ଗା ଭତ୍ତା ଉପରେ ରୋକ ଲାଗି ପାରିବ ନାହିଁ । ତେଣୁ ଦିଲ୍ଲୀ ସରକାର ମହଙ୍ଗା ଭତ୍ତାକୁ ମିଶାଇ ନୂଆ ସର୍ବନିମ୍ନ ବେତନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.