fbpx

କେଜ୍ରିଓ୍ଵାଲଙ୍କ ଶିକ୍ଷା ମୋଡେଲରେ ଶତମୁଖ କେସିଆର, କହିଲେ- ତେଲଙ୍ଗାନାରେ ଖୋଲାଯିବ ଦିଲ୍ଲୀ ପରି ମୋଡେଲ୍ ସ୍କୁଲ

Advertisement

ନୂଆଦିଲ୍ଲୀ: ଦିଲ୍ଲୀର ଶିକ୍ଷା ମୋଡେଲ ଦେଖି ଶତମୁଖ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଦିଲ୍ଲୀ ମୋଡେଲ୍ ପରି ତେଲଙ୍ଗାନାରେ ମଧ୍ୟ ଏମିତି ସ୍କୁଲ ଖୋଲାଯିବ ବୋଲି କହିଛନ୍ତି ଚନ୍ଦ୍ରଶେଖର। ଦିଲ୍ଲୀର ଶିକ୍ଷା ମୋଡେଲକୁ ଜାଣିବା ଏବଂ ଶିଖିବା ପାଇଁ ଶୀଘ୍ର ନିଜ ରାଜ୍ୟର ଶିକ୍ଷକ ଏବଂ ଅଧିକାରୀଙ୍କୁ ଦିଲ୍ଲୀ ପଠାଇବେ ବୋଲି କହିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ।

ଦିଲ୍ଲୀ ଗସ୍ତରେ ଆାସିଥିବା କେ ଚନ୍ଦ୍ରଶେଖର ରାଓ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହିତ ରାଜଧାନୀର ଏକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ ଦିଲ୍ଲୀର ଶିକ୍ଷା ମୋଡେଲ୍ ଦେଖିବା ସହ ପଚାରି ବୁଝିଥିଲେ। ଏହି ସମୟରେ ଅଧିକାରୀଗଣ ତାଙ୍କୁ ବିସ୍ତୃତ ଭାବେ ଦିଲ୍ଲୀର ଶିକ୍ଷା ପ୍ରଣାଳୀ ବିଷୟରେ ଅବଗତ କରାଇଥିଲେ। ରାଜଧାନୀର ଶିକ୍ଷା ମୋଡେଲ୍ ଦେଖି ଅବିଭୂତ ହୋଇ ପଡିଥିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ।

କେଜ୍ରିଓ୍ଵାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳକୁ ମୋତି ବାଗ ଅଞ୍ଚଳ ସ୍ଥିତ ସର୍ବୋଦୟ ବିଦ୍ୟାଳୟ ସିନିୟର ସେକେଣ୍ଡାରୀ ସ୍କୁଲରେ ସ୍ଵାଗତ କରିଥିଲେ। ପ୍ରତିନିଧିମଣ୍ଡଳ ଅନ୍ୟ ସୁବିଧା ସହିତ ଶ୍ରେଣୀ ଗୃହ, ଲାବୋରାଟୋରୀ, ଛାତ୍ରଙ୍କ କ୍ରୀଡା କ୍ଷେତ୍ର ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ଗତ ମାସରେ ତାମିଲନାଡୁର ଏମକେ ଷ୍ଟାଲିନ ମଧ୍ୟ ଦିଲ୍ଲୀ ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ। ଶିକ୍ଷା ମାନଦଣ୍ଡରେ ସୁଧାର ପାଇଁ ଦିଲ୍ଲୀ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ଆମେ ଅଳ୍ପ ଖର୍ଚ୍ଚରେ ଦିଲ୍ଲୀଠୁ ଜ୍ଞାନ ପାଇ ପାରିବେ। ଦିଲ୍ଲୀରେ ଶିକ୍ଷା ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରରେ କରାଯାଇଥିବା କାମ ପୂରା ଦେଶରେ ବ୍ୟାପିବା ଉଚିତ୍। ଏହା ଦ୍ଵାରା ଲୋକଙ୍କ ବିକାଶ ହୋଇ ପାରିବ। ଦିଲ୍ଲୀ ସରକାର ବାସ୍ତବରେ ସ୍କୁଲରେ ପ୍ରଶଂସନୀୟ ଏବଂ ଅଦ୍ଭୁତ କାର୍ଯ୍ୟ କରିଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.