fbpx

‘ଦିଲ୍ଲୀ ସେବା ବିଲ୍’ ରାଜ୍ୟସଭାରେ ପାସ୍; ସପକ୍ଷରେ ପଡ଼ିଲା ୧୩୧ ଭୋଟ୍

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି। ଗୃହରେ, AAP, କଂଗ୍ରେସ ଆମେତ ସମସ୍ତ ବିରୋଧୀ ଏହି ବିଲ୍ କୁ ଦୃଢ ବିରୋଧ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି। ଯାହାକୁ ବିଜୁ ଜନତା ଦଳ (ବିଜେଡି) ଏବଂ YSR କଂଗ୍ରେସ ପାର୍ଟି (YSRCP) ମଧ୍ୟ ସମର୍ଥନ ବଳରେ ଏନଡିଏ ସରକାର ପାସ୍ କରିନେଇଛନ୍ତି। ଏହି ବିଲ୍ ସପକ୍ଷରେ ୧୩୧ ଭୋଟ୍ ପଡିଥିଲା ବେଳେ ଏହାର ବିରୋଧରେ ଦଳ ୧୦୨ ଭୋଟ୍ ମିଳିଥିଲା।

ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ଦଳର ସମସ୍ତ ସଂଶୋଧନ ପ୍ରସ୍ତାବ ରାଜ୍ୟସଭାରେ ଖାରଜ ହୋଇଥିଲା। ଏହି ବିଲ୍ ଉପରେ ଆଲୋଚନା ବେଳେ ଅମିତ ଶାହା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଅମିତ ଶାହା ରାଜ୍ୟସଭାରେ କହିଛନ୍ତି ଯେ ଦିଲ୍ଲୀରେ ଦୁର୍ନୀତିମୁକ୍ତ ପ୍ରଶାସନକୁ ସୁନିଶ୍ଚିତ କରିବା ଏହି ବିଲର ଉଦ୍ଦେଶ୍ୟ। ବିଲ୍ ରେ ପୂର୍ବରୁ ଥିବା ଗୋଟିଏ ବ୍ୟବସ୍ଥାରେ ମଧ୍ୟ ଏକ ଇଞ୍ଚ ପରିବର୍ତ୍ତନ ମଧ୍ୟ ହେଉନାହିଁ।

ଅନ୍ୟପଟେ ଦିଲ୍ଲୀ ସେବା ବିଲ୍ ପାସ୍ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ମୋଦୀ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରୁନାହାଁନ୍ତି। ଦିଲ୍ଲୀ ଜନସାଧାରଣ ସ୍ପଷ୍ଟ ଭାବରେ କହିଥିଲେ ଯେ କେନ୍ଦ୍ର ସେମାନଙ୍କୁ ପରାସ୍ତ କରି ଦିଲ୍ଲୀରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ, କିନ୍ତୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ କଥା ଶୁଣିବାକୁ ଚାହୁଁନାହାଁନ୍ତି।

“ମୁଁ ଦିଲ୍ଲୀର ଜନସାଧାରଣଙ୍କ ପାଇଁ ଯାହା କରିଛି, ସେଥିପନ ସେମାନେ ମୋତେ ସମର୍ଥନ କରିଛନ୍ତି ଏବଂ ନିର୍ବାଚନରେ ​​ମୋତେ ଜିତାଇ ସେମାନେ ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି। ବିଜେପି କେବଳ ଆମର ଭଲ କାମ ବନ୍ଦ କରିବାକୁ ଚେଷ୍ଟା କରୁଛି। ସେମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ସେମାନେ ମୋତେ କାମରୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏଥର ଜନସାଧାରଣ ସେମାନଙ୍କୁ ଗୋଟିଏ ଆସନ ମଧ୍ୟ ଜିତିବାକୁ ଦେବେ ନାହିଁ। ”

Get real time updates directly on you device, subscribe now.