fbpx

ରାହୁଲ ଗାନ୍ଧୀଙ୍କ ଘରୁି ବାହାରିଲା ଦିଲ୍ଲୀ ପୋଲିସ: ଦେଲା ଆଉ ଏକ ନୋଟିସ୍‌, ସମୟ ମାଗିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ରବିବାର ଦିଲ୍ଲୀ ପୋଲିସ ପହଞ୍ଚିଥିଲା । ଯୌନ ନିର୍ଯ୍ୟାତନା ପିଡ଼ିତଙ୍କ ଉପରେ ଦେଇଥିବା ବୟାନ ସମ୍ପର୍କରେ ରାହୁଲଙ୍କ ସହିତ ଆଲୋଚନା କରିବ ପାଇଁ ପୋଲିସ ତାଙ୍କ ଘରକୁ ଆସିଥିବା ଜଣାପଡ଼ିଛି । ତେବେ ରାହୁଲ ଗାନ୍ଧୀ ଏହି ବିବୃତ୍ତି ରେକର୍ଡ କରିନାହାଁନ୍ତି । ପୋଲିସ ତାଙ୍କୁ ଆଉ ଏକ ନୋଟିସ ଦେଇ ଘରୁ ଫେରି ଆସିଥିଲା । ଏହାପୂର୍ବରୁ ମାର୍ଚ୍ଚ ୧୬ ରେ ପୋଲିସ ରାହୁଲଙ୍କୁ ନୋଟିସ ପଠାଇଥିଲା ।

ମାମଲା ବିଷୟରେ ସୂଚନା ଦେଇ ସ୍ପେଶାଲ ସିପି ସାଗର ପ୍ରୀତ ହୁଡା କହିଛନ୍ତି, ରାହୁଲ ଗାନ୍ଧୀ କହିଛନ୍ତି ଯେ ଅନେକ ମହିଳା ବିବୃତ୍ତି ଦେଇଛନ୍ତି କିନ୍ତୁ ସେଗୁଡିକ ଏକାଠି କରିବାକୁ ସମୟ ଲାଗିବ । ଏହି କାରଣରୁ ଆଜି ମଧ୍ୟ ରାହୁଲ ଗାନ୍ଧୀ ତାଙ୍କ ବିବୃତ୍ତି ରେକର୍ଡ କରିନାହାଁନ୍ତି । ତାଙ୍କ ବିବୃତ୍ତିକୁ ଯଥାଶୀଘ୍ର ରେକର୍ଡ କରିବାକୁ ପୋଲିସ ଚେଷ୍ଟା କରିବ ।

ସୂଚନା ମୁତାବକ ଭାରତ ଯୋଡ଼ ଯାତ୍ରା ସମୟରେ ଶ୍ରୀନଗରରେ ଶେଷ ଦିନରେ ରାହୁଲ ଗାନ୍ଧୀ କହିଥିଲେ ଯେ ମହିଳାଙ୍କ ଯୌନ ଶୋଷଣ ଆଜି ମଧ୍ୟ ଘଟୁଛି । ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ମାର୍ଚ୍ଚ ୧୬ ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ନୋଟିସ ପଠାଇଥିଲା ଯେ କେଉଁ ମହିଳା ଏହା କହିଛନ୍ତି । ପୋଲିସ ସେହି ମହିଳାମାନଙ୍କ ବିବରଣୀ ଦେବାକୁ ରାହୁଲଙ୍କୁ ମଧ୍ୟ କହିଥିଲା ।

Get real time updates directly on you device, subscribe now.