fbpx

ଦିଲ୍ଲୀ ୟୁନିଭର୍ସିଟି ଆରମ୍ଭ କରିବ ଅଣ୍ଡର୍ ଗ୍ରାଜୁଏଟ୍ ପାଇଁ ପଞ୍ଜୀକରଣ, ଜାଣନ୍ତୁ କେବେଠାରୁ…

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ରେ ଖୁବ୍ ଶୀଘ୍ର ଅଣ୍ଡର୍ ଗ୍ରାଜୁଏଟ୍ ଆଡମିସନ୍ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହେବ । ବିଭାଗୀୟ ଚେୟାରମ୍ୟାନ୍ ରାଜୀବ ଗୁପ୍ତା କହିଛନ୍ତି ଯେ ଜୁଲାଇ ୧୫ ସୁଦ୍ଧା ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯିବ । ଏ ସମ୍ପର୍କରେ ବିଚାର ବିମର୍ଶ ଜାରି ରହିଛି ଓ ସବିଶେଷ ତଥ୍ୟ ସହ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ।

ଏଠାରେ ସୂଚନାଯୋଗ୍ୟ ଯେ ଆଶାୟୀ ବିଦ୍ୟାର୍ଥୀମାନେ ଜାଣିରଖିବା ଉଚିତ୍ ଯେ ପଞ୍ଜୀକରଣ ସମ୍ପର୍କରେ ୟୁନିର୍ଭସିଟି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଉପରୋକ୍ତ ସୂଚନା କେବଳ ଏକ ସମ୍ଭାବ୍ୟ ତାରିଖ । ଶ୍ରୀ ଗୁପ୍ତା କହିଛନ୍ତି ଯେ ଜୁଲାଇ ୧୫ ବେଳକୁ ସବିଏସଇ ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ବୋର୍ଡ ପକ୍ଷରୁ ଛାତ୍ରମାନଙ୍କ ପାସ୍ ଫଳାଫଳ ବାହାରି ସାରିଥିବା ଆଶା କରାଯାଉଛି । ଅନ୍ୟପକ୍ଷରେ ସେଣ୍ଟ୍୍ରାଲ୍ ୟୁନିଭର୍ସିଟି କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁସିଇଟି) ସମ୍ପର୍କିତ ଶିକ୍ଷା ମନ୍ତ୍ରଣାଳୟର ଗାଇଡ୍ ଲାଇନକୁ ମଧ୍ୟ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଗୁପ୍ତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.