fbpx

କଣ ପାଣିରେ କମିଯିବ ବାୟୁ ପ୍ରଦୂଷଣ? ୧୧୪ ଟ୍ୟାଙ୍କର୍ ଯୋଗେ ରାଜଧାନୀରେ ଜଳ ସିଞ୍ଚନ ଆରମ୍ଭ

ନୂଆଦିଲ୍ଳୀ: ଦେଶରେ ସବୁଠାରୁ ପ୍ରଦୂଷଣର ସହର କହିଲେ ଜଣାଯାଏ ରାଜଧାନୀ । ଏଠାରେ ପ୍ରଦୂଷଣ ମାତ୍ରା ସର୍ବଦା ଅଧିକ ରହିଥାଏ । ତେଣୁ ଏଠାକାର ଲୋକମାନେ ନିଶ୍ୱାସ ନେବା କଷ୍ଟକର୍ । ତା ଉପରେ ପୁଣି ବର୍ତ୍ତମାନ ଦୀପାବଳୀରେ ଦିଲ୍ଲୀବାସୀ ଅହରହ ବାଣ ଫୁଟାଇଥିବାରୁ ସହରର ବାୟୂ ସମ୍ପୂର୍ଣ୍ଣ ରୂପରେ ପ୍ରଦୁଷିତ ହୋଇଯାଇଛି । ବାୟୂ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଗମ୍ଭୀର ସ୍ତରରେ ରହିଛି । ତେଣୁ ଦିଲ୍ଲୀ ସରକାର ପ୍ରଦୂଷଣକୁ ରୋକିବା ପାଇଁ ୧୧ଟି ଟ୍ୟାଙ୍କର୍ ଜରିଆରେ ପାଣି ସିଞ୍ଚନ କରିବା ଆରମ୍ଭ କରିଛନ୍ତି ।

କେଜ୍ରିୱାଲ୍ ସରକାର କହିଛନ୍ତି ଯେ, ଶନିବାର ଦିନ ପରିବେଷ ମନ୍ତ୍ରୀ ଗୋପଳ ରାୟ ଟ୍ୟାଙ୍କର୍ ସବୁକୁ ସହରରେ ସିଞ୍ଚନ ଉଦ୍ଦେଶ୍ୟରେ ଛାଡ଼ିଛନ୍ତି । ସେ କହିଛନ୍ତି ଦୀପାବଳୀ ପରେ ପ୍ରଦୂଷଣ ବଢ଼ିଛି । ତେଣୁ ତାକୁ କାବୁ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି । ଦିଲ୍ଲୀ ସଚିବାଳୟରୁ ପାଣି ଟ୍ୟାଙ୍କର୍ ଗୁଡ଼ିକୁ ସବୁଜ ପତାକା ଦେଖାଇ ଛାଡ଼ିବା ପରେ ସେ କହିଛନ୍ତି ଯେ, ଦୀପାବଳୀ ଦିନ ପଞ୍ଜାବ ଓ ହରିୟାଣାରେ ପରାଲୀ ଜଳାଇବା ବଢ଼ିଥିଲା । ତା ଉପରେ ପୁଣି ବାଣ ଫୁଟାଗଲା ଯେଉଁ କାରଣରୁ ପ୍ରଦୂଷଣ ଆହୁରି ବଢ଼ିଯାଇଥିଲା ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟରେ ପରାଲୀ ଜଳାଇବା ଘଟଣା ୩୫୦୦ ଓ ଶନିବାର ଦିନ ୪ ହଜାର ଘଟଣା ସାମନାକୁ ଆସିଥିଲା । ପ୍ରଦୂଷଣକୁ ରୋକିବା ପାଇଁ ଅନେକ ସ୍ଥାନରେ ସ୍ମୋକ୍ ଗନ୍ ମଧ୍ୟ ଲଗାଯାଇଛି । ଅନ୍ୟପଟେ ବାୟୂ ପ୍ରଦୂଷଣକୁ ରୋକିବା ପାଇଁ ନିକଟରେ ଦିଲ୍ଲୀ ସରକାର ୱିଣ୍ଟର୍ ଆକ୍ସନ୍ ଯୋଜନା ଲଞ୍ଚ କରିଛନ୍ତି ।

Get real time updates directly on you device, subscribe now.