fbpx

ସନି ଲିଓନିଙ୍କୁ ଗିରଫ କରିବା ନେଇ ଉଠିଲା ଦାବି, ‘ମଧୁବନ ମେ ରାଧିକା’ ଗୀତକୁ ହଟାଇବା ପରେ ବି ଥମୁନି ବିବାଦ

ନୂଆଦିଲ୍ଲୀ: ସନି ଲିଓନିଙ୍କ ଗୀତ ‘ମଧୁବନ ମେ ରାଧିକା’ ରିଲିଜ୍ ହେବାପରଠାରୁ ହିଁ ବିବାଦ ଘେରରେ ରହିଛି । ମ୍ୟୁଜିକ୍ କମ୍ପାନୀ “ସାରେଗାମା” ମଧୁବନ ଗୀତର ଲିରିକ୍ସ ବଦଳାଇବା ନେଇ ପ୍ରତିକ୍ରିୟା ରଖିଛି । ତେବେ କମ୍ପାନୀ ପକ୍ଷରୁ ଏହି ଘୋଷଣା ପରେ ବିବାଦ ଥମିବାର ନାଁ ଧରୁନି । ସୋସିଆଲ ମିଡିଆରେ ଏବେ ସନିଙ୍କୁ ଗିରଫ କରିବା ନେଇ ଦାବି ଉଠିବାରେ ଲାଗିଛି । ଟୁଇଟର୍ ରେ ଏବେ ଏହି ମାମଲାରେ ହ୍ୟାସଟ୍ୟାଗ୍ ଆରେଷ୍ଟ ସନି ଲିଓନି ଟ୍ରେଣ୍ଡ କରୁଛି ।

 

ଜଣେ ୟୁଜର୍ କହିଛନ୍ତି ଯେ, “ସନି ଲିଓନିଙ୍କ ହିନ୍ଦୁ ଧର୍ମକୁ ଆଘାତ ପହଞ୍ଚାଇଥିବା ଗୀତ “ମଧୁବନ ମେ ରାଧିକା”କୁ ଏ ପର୍ଯ୍ୟନ୍ତ ବଦଳାଯାଇନାହିଁ । ଆମେ ଆଉ କେତେ ଦିନ ବଲିଉଡ୍ ବିରୋଧରେ ଚୁପ୍ ହୋଇ ରହିବା । ଏମାନେ ଲଗାତର ଭାବରେ ଆମ ସଂସ୍କୃତିକୁ ନଷ୍ଟ କରୁଛନ୍ତି । ସନି ଲିଓନି ଗିରଫ ହେବା ଦରକାର” ।

 

ସନିଙ୍କ ଏହି ଗୀତ ଉପରେ ହିନ୍ଦୁ ଧର୍ମକୁ ଆଘାତ କରିବା ନେି ଅଭିଯୋଗ ଲଗାଯାଇଛି । ଗୀତଟି ରାଧାଙ୍କ ଉପରେ ଆଧାରିତ, ଯାହାର ଲିରିକ୍ସକୁ ନେଇ ଲୋକମାନେ ଆପତ୍ତି କରିଛନ୍ତି । ଏହି ଗୀତକୁ ନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ସେମାନେ ‘ମଧୁବନ ମେ ରାଧିକା’ ଗୀତକୁ ୩ ଦିନ ମଧ୍ୟରେ ହଟାନ୍ତୁ ନଚେତ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.