fbpx
BJD SKY
BJD SKY

ଡେଙ୍ଗୁର ନୂଆ ଷ୍ଟ୍ରେନ୍ ‘ସୀରୋଟାଇପ୍-୨’, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରଭାବ

BJD

ନୂଆଦିଲ୍ଲୀ: ଦୁନିଆରେ ଲକ୍ଷ ଲକ୍ଷ ଲୋକ ମାରାତ୍ମକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ମୌସୁମୀ ଆରମ୍ଭ ହେବା ସହିତ ଡେଙ୍ଗୁର ମାମଲା ବଢ଼ିବା ମଧ୍ୟ ଆରମ୍ଭ ହୋଇଯାଏ । ତେଣୁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ଭିତରେ ଲୋକମାନଙ୍କୁ ଡେଙ୍ଗୁକୁ ନେଇ ଆଲର୍ଟ କରିଦିଆଯାଇଥାଏ । ବିଶେଷ କରି ଏହି ସମୟରେ କିପରି ଆଖପାଖ ଅଞ୍ଚଳରେ ଧ୍ୟାନ ଦେବା ଠାରୁ ବିଭିନ୍ନ ଜିନିଷ ଉପରେ ଧ୍ୟାନ ଦେବାପାଇଁ ଡାକ୍ତର ମାନେ ପରାମର୍ଶ କରିଥାନ୍ତି । ଏଡିଜ୍ ମଶା କାରଣରୁ ହେଉଥିବା ଏହି ଗମ୍ଭୀର ରୋଗ ମାମଲା ଏବେ ପୁଣି ବଢ଼ିଯାଇଛି । ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଗମ୍ଭୀର ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଏବେ ଏହାର ଏକ ନୁତନ ଷ୍ଟ୍ରେନ୍ ବ୍ୟାପିବାରେ ଲାଗିଛି । ଯାହା ଖୁବ୍ ମାରାତ୍ମକ ସାବ୍ୟସ୍ତ ହେଉଛି ।

ରିପୋର୍ଟ ଅନୁସାରେ, ଡେଙ୍ଗୁର ନୂଆ ଷ୍ଟ୍ରେନ୍ ସୀରୋଟାଇପ୍-୨ର ମାମଲା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଡେଙ୍ଗୁ ମଶା ମାନେ ସଫା ଓ ସ୍ଥିର ଥିବା ପାଣିରେ ବଂଶ ବିସ୍ତାର କରନ୍ତି । ତେଣୁ ଘର ପାଖରେ କେଉଁଟି ବି ପାଣି ଜମା କରିବାକୁ ଦିଅନ୍ତୁ ନାହିଁ । ଡେଙ୍ଗର ଗମ୍ଭୀର ସଂକ୍ରମଣ ଆପଣମାନଙ୍କ ଜୀବନ ବି ନେଇପାରେ । ତେଣୁ ଆପଣ ମାନେ ଖାସ୍ ଧ୍ୟାନ ଦେବା ଜରୁରୀ ।

ଡେଙ୍ଗୁ ସୀରୋଟାଇପ୍-୨

ଆମେରିକାନ୍ ଜର୍ନାଲ ଅଫ୍ ଟ୍ରପିକାଲ୍ ମେଡିସିନ୍ ଆଣ୍ଡ ହାଇଜିନ୍ ରେ ପ୍ରକାଶ ପାଇଥିବା ଅଧ୍ୟୟନ ଅନୁସାରେ, ଡେଙ୍ଗୁ ସୀରୋଟାଇପ୍ ଖୁବ୍ ଜଟିଳ ଓ ଘାତ ହୋଇଥାଏ । ଏହା ଯୋଗୁଁ ରକ୍ତବାନ୍ତିି ବି ହୋଇପାରେ । ଏଥିରେ ରୋଗୀଙ୍କ ରକ୍ତଚାପ ବି କମିବାକୁ ଲାଗିଥାଏ । ଜ୍ୱର ହେବା ସହିତ ନାକରୁ ରକ୍ତ ବି ବାହାରିବାର ଆଶଙ୍କା ରହିଥାଏ ।

ଏହାର ଲକ୍ଷଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ରକ୍ତସ୍ରାବ, ଥଣ୍ଡା, ଅସ୍ଥିରତା ଏବଂ ପଲ୍ସରେଟ୍ ରେ ହ୍ରାସ ଭଳି ଜଟିଳତା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ କିଛି ଲୋକଙ୍କଠାରେ ଆହୁରି ଅନେକ ଗୁରୁତର ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଇ ଦେଇଥାଏ । ଯାହା ବିଷୟରେ ବିଶେଷ ଯତ୍ନ ନେବା ଆବଶ୍ୟକ । ଏହାର କିଛି ବିଶେଷ ଲକ୍ଷଣ ହେଲା, ଉଚ୍ଚ ଜ୍ୱର, ନାକରୁ ରକ୍ତ ବାହାରିବା, ଯକୃତରେ ସମସ୍ୟା, ରକ୍ତ ସଞ୍ଚାଳନରେ ସମସ୍ୟା ଇତ୍ୟାଦି ।

 

Get real time updates directly on you device, subscribe now.