fbpx

ଆସନ୍ତା ଦୁଇଦିନ ପୁଣି ରାଜ୍ୟରେ ଘନ କୁହୁଡ଼ି, ଏହି ସବୁ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଓଡ଼ିଶା ଭାସ୍କର: ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ ଆସନ୍ତାକାଲି ପାଇଁ ରାଜ୍ୟର ୧୦ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ଭଦ୍ରକ, ବାଲେଶ୍ଵର, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୪ ତାରିଖରେ ମଧ୍ୟ ଘନ କୁହୁଡି ନେଇ ୬ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ଅଧିକ ରହୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ପାଣିପାଗ କେନ୍ଦ୍ରର ସତର୍କତା ପରେ ପୁଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି। ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ମିଟର ମଧ୍ୟରେ ରହିବ। ବାକି ଓଡ଼ିଶାର କିଛି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବା ନେଇ ପୂର୍ବାନୁମାନ ମଧ୍ୟ କରାଯାଇଛି। ସେପଟେ ଆସନ୍ତା କାଲି ସକାଳ ସାଢେ ଆଠଟା ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ନଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

 

Get real time updates directly on you device, subscribe now.