fbpx
BJD SKY
BJD SKY

ସାବଧାନର ସହ ଜମା କରନ୍ତୁ ବିଜୁଳି ବିଲ : ସାମାନ୍ୟ ଅସାବଧାନତା ପଡିବ ଭାରି

BJD

ଲକ୍ଷ୍ନୌ : ଦୁନିଆ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଛି, ଏହା ସହିତ ସାଇବର ଠକମାନେ ମଧ୍ୟ ନୂତନ ଟେକ୍ନୋଲୋଜି ସାହାର୍ଯ୍ୟରେ ଠକେଇ କରୁଛନ୍ତି । ସାଇବର ଠକମାନେ ଏବେ ନକଲି ବିଜୁଳିର ବିଲ ତିଆରି କରି ଲୋକଙ୍କୁ ଏସଏମଏସ ପଠାଇ ଠକେଇର ଶିକାର କରୁଛନ୍ତି । ଏହା ସହିତ ବିଲ ନବାନ୍ଧିଲେ ବିଦ୍ୟୁତ କାଟର ଧମକ ଦେଇ ଟଙ୍କା ଲୁଟି ନେଉଛନ୍ତି ।

ସୂଚନା ଅନୁସାରେ, ବର୍ତ୍ତମାନ ସାଇବର ଠକମାନେ ନୂଆ ନୂଆ ଟେକ୍ନୋଲୋଜି ଆପଣାଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ଠକୁଛନ୍ତି । ଏବେ ସାଇବର ଠକମାନେ ନକଲି ବିଜୁଳିର ବିଲ ତିଆରି କରି ଲୋକଙ୍କୁ ଠକେଇର ଶିକାର କରୁଛନ୍ତି । ଏହା ସହିତ ଏସଏମଏସ ସାହାଯ୍ୟରେ ବିଦ୍ୟୁତକାଟର ଧମକ ଦେଇ ଟଙ୍କା ଲୁଟି ନେଉଛନ୍ତି । ବିଲ ପେମେଣ୍ଟ କରିବା ପରେ ବି ଲୋକଙ୍କୁ ବିଲ ପେଣ୍ଡିଙ୍ଗ ବୋଲି ମେସେଜ ପଠାନ୍ତି, ଏହାପରେ ମୋବାଇଲରେ ଏକ ଆପ ଡାଉନଲୋଡ କରିବା ପାଇଁ କୁହନ୍ତି । ଆପ ଡାଉନଲୋଡ କରିବା ପରେ ବ୍ୟାଙ୍କ ଖାତାର ସମସ୍ତ ଟଙ୍କା ଲୁଟି ନିଅନ୍ତି । ଏହା ସହିତ ମୋବାଇଲରେ ଥିବା ସମସ୍ତ ଡାଟା ମଧ୍ୟ ଚୋରାଇ ନେଇଯାଆନ୍ତି । ଏହି ଅଭିଯୋଗ ନେଇ ଏବେ ପର୍ଯ୍ୟନ୍ତ ପ୍ରାୟ ୭ଟି ମାମଲା ରୁଜୁ କରାଗଲାଣି ।

କୁହାଯାଉଛି ଯେ, ଠକମାନେ ଲୋକଙ୍କୁ ଡରାଇ ଧମକାଇ ବିଦ୍ୟୁତ ସଂଯୋଗ ଜାରି ରଖିବା ପାଇଁ ବିଦ୍ୟୁତ ବିଭାଗର ମୋବାଇଲ ଆପ୍ଲିକେସନ ଜୋହୋଷ୍ଟୋମର ଜରିଆରେ ଅନଲାଇନ ବିଲ ପେମେଣ୍ଟ ପାଇଁ ପରାମର୍ଶ ଦିଅନ୍ତି । ଏହି ସବୁରେ ଲୋକେ ଭୟଭୀତ ହୋଇ ଠକଙ୍କ ପରାମର୍ଶ ମାନି ନିଜ ମୋବାଇଲରେ ଅ।।ପକୁ ଇନଷ୍ଟଲ କରି ଦିଅନ୍ତି । ଯାହାକି ବାସ୍ତବରେ ଏକ ରିମୋର୍ଟ ଆକ୍ସେସ ଆପ କିମ୍ବା ସ୍କ୍ରିନ ସେୟାରିଂ ଆପ ଅଟେ ।

Get real time updates directly on you device, subscribe now.