ବୁଢା ହେଉଛି କି ମସ୍ତିସ୍କ, ବେଳ ଥାଉ ଥାଉ ସାବଧାନ ରୁହନ୍ତୁ

ମାନସିକ ଦୃଷ୍ଟିରୁ ଫିଟ ନରହିଲେ ହୋଇପାରେ ଏହି ସବୁ ଅସୁବିଧା

ଓଡିଶା ଭାସ୍କର: ଫିଟ ରହିବା ପାଇଁ ଶାରୀରିକ ଦୃଷ୍ଟିରୁ ଠିକ ରହିବା ଯେତିକି ଜରୁରୀ ମାନସିକ ଦୃଷ୍ଟିରୁ ଠିକ ରହିବା ମଧ୍ୟ ସେତିକି ଜରୁରୀ। ଯଦି ଆପଣ ମାନସିକ ଭାବେ ଠିକ ନାହାଁନ୍ତି ତାହେଲେ ଆପଣଙ୍କ ମସ୍ତିସ୍କ ଉପରେ ପ୍ରଭାବ ପଡିଥାଏ।

ଆଜିକାଲି ଶରୀର ଅପେକ୍ଷା ମସ୍ତିଷ୍କ ଅଧିକ ବ୍ୟବହାର ହେଉଛି। ପୂର୍ବରୁ ଲୋକମାନେ ଶାରୀରିକ ପରିଶ୍ରମ କରି ଜୀବନ ଅତିବାହିତ କରୁଥିଲେ। କିନ୍ତୁ ଏବେ ତାହା ଆଉ ନାହିଁ। ସମସ୍ତେ ଚାକିରୀ କରି ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସାମ୍ନାରେ ବସି କାମ କରୁଛନ୍ତି। ଯେଉଁଥିରେ ଶରୀର ଅପେକ୍ଷା ମସ୍ତିଷ୍କର ବ୍ୟବହାର ଅଧିକ ହେଉଛି।

ଯେଉଁଥିପାଇଁ ଲୋକେ ବହୁତ ଡିପ୍ରେସନରେ ରହୁଥିବା ଦେଖାଯାଉଛି। ଏବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଡିପ୍ରେସନ ଯୋଗୁଁ ମସ୍ତିସ୍କ ସମୟ ଆସିବା ପୂର୍ବରୁ ବୁଢା ହେଇଯାଉଛି।

ସାଇକୋଲୋଜିକାଲ୍ ମେଡିସିନ୍ ନାମକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ମାନସିକ ଭାବେ ଠିକ ନଥିବା ଲୋକଙ୍କ ମସ୍ତିସ୍କ ସେମାନଙ୍କ ପ୍ରକୃତ ବୟସ ଅପେକ୍ଷା ଅଧିକ ବୁଢା ହେଇଯାଉଛି। ଯେଉଁଥିପାଇଁ ମସ୍ତିଷ୍କର ଭାବିବାର କ୍ଷମତା ହ୍ରାସ ପାଇବା ସହିତ ଡିମେନ୍ସିଆ ଏବଂ ଆଲଜାଇମର ଭଳି ନ୍ୟୁରୋଡିଜେନେରେଟିଭ୍ ରୋଗ ବଢିବାର ସମ୍ଭାବନା ଦେଖାଦେଉଛି।

କେବଳ ଏତିକି ନୁହେଁ ଅଧିକ ଡିପ୍ରେସନରେ ରହିବା ଫଳରେ ଲୋକମାନେ ପ୍ରକୃତ ବୟସ ଅପେକ୍ଷା ବହୁତ ଅଧିକ ବଡ ଦେଖାଯାଉଛନ୍ତି।

ଏହି ରିସର୍ଚ୍ଚରେ 670 ଜଣଙ୍କ ମସ୍ତିଷ୍କ ସ୍କାନ କରାଯାଇଥିବାର ଲେଖାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ 239 ଜଣ ଡିପ୍ରେସନରେ ପୀଡିତ ଥିଲେ ଏବଂ ବାକିଲୋକ ବିନା ଡିପ୍ରେସନର ଥିଲେ। ସେମାନେ ଅଲଗା ଅଲଗା ମସ୍ତିଷ୍କର ଏରିଆର ଘନତାକୁ ମାପି ଏହା ଆକଳନ କରିଥିଲେ।

ଯାହାଦ୍ୱାରା ଜଣାପଡିଥିଲା କି, ଡିପ୍ରେସନରେ ରହୁଥିବା ଲୋକଙ୍କ ମସ୍ତିଷ୍କ ସେହି ଲୋକଙ୍କ ତୁଳନାରେ ବହୁତ ଅଧିକ ବୁଢା ଦେଖାଯାଉଛି ଯେଉଁମାନଙ୍କର ମାନସିକ ଅବସ୍ଥାର ଚିକିତ୍ସା କରାଯାଇ ନାହିଁ । ଏପରି ଲୋକଙ୍କ ମସ୍ତିଷ୍କ ଗଠନରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥିଲା। ବିଶେଷକରି ମସ୍ତିଷ୍କର ବାମପଟେ ଥିବା ପାର୍ଶ୍ଵ ଏବଂ ପ୍ରିମୋଟର ଆଖି କ୍ଷେତ୍ରର କିଛି ଅଂଶରେ ପତଳା ହେବା ପରିଲକ୍ଷିତ ହୋଇଥିଲା।

ଏହା କାହିଁକି ଘଟେ? ଏହି ଅଧ୍ୟୟନରେ ମସ୍ତିଷ୍କର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପତଳା ହେବାର କାରଣ ମଧ୍ୟ ଦର୍ଶାଯାଇଛି। ଗବେଷକମାନେ ମସ୍ତିଷ୍କ ପତଳା ହେବା ଏବଂ ଡୋପାମିନ୍, ସେରୋଟୋନିନ୍ ଏବଂ ଗ୍ଲୁଟାମେଟ୍ ଭଳି ନ୍ୟୁରୋଟ୍ରାନ୍ସମିଟରର ସ୍ତର ମଧ୍ୟରେ ଏକ ସମ୍ପର୍କ ପାଇଛନ୍ତି।

ଏଗୁଡ଼ିକ ମନୋଭାବ ଏବଂ ଜ୍ଞାନାତ୍ମକ କ୍ଷମତା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଜଣେ ବ୍ୟକ୍ତି ଡିପ୍ରେସନ୍‌ଗ୍ରସ୍ତ ହୁଅନ୍ତି, ଏହି ନ୍ୟୁରୋଟ୍ରାନ୍ସମିଟରଗୁଡ଼ିକର ସ୍ତର ଅସନ୍ତୁଳିତ ହୋଇଯାଏ, ଯାହା ମସ୍ତିଷ୍କର ଗଠନରେ ପରିବର୍ତ୍ତନ ଆଣିଥାଏ। ଏହା ସହିତ, ପ୍ରଭାବିତ ଅଞ୍ଚଳରେ କିଛି ଜିନ୍ ମଧ୍ୟ ସକ୍ରିୟ ହୋଇପାରେ, ଯାହା ପ୍ରୋଟିନ୍ ବାଇଣ୍ଡିଙ୍ଗକୁ ପ୍ରଭାବିତ କରେ।