fbpx

(Video) ରାତି ପାହିଲେ 35 ଲକ୍ଷ ମହିଳାଙ୍କ ମୁହଁରେ ଫୁଟିବ ହସ, ଏହି ସମୟରେ ଟଙ୍କା ଆସିବ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ଓଡିଶା ଭାସ୍କର): ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ । କାଲି(9 ତାରିଖରେ) ସୁଭଦ୍ରା ଟଙ୍କା ଆସିବା ନେଇ ଘୋଷଣା କରାଯାଇଥିବା ବେଳେ କେତେବେଳେ ଆସିବ ଆଜି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ 1ଟଙ୍କା ଆକାଉଣ୍ଚକୁ ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହାରି ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ଏଥିପାଇଁ ବ୍ୟସ୍ତ ନହୋଇ ଅପେକ୍ଷା କରନ୍ତୁ । ଆସନ୍ତାକାଲି ସବୁ ହିତାଧିକାରୀଙ୍କ ଆକାଉଣ୍ଚକୁ ଟଙ୍କା ଯିବା ନେଇ କହିଛନ୍ତି ପ୍ରଭାତି ପରିଡା ।

ରାତି ପାହିଲେ 35 ଲକ୍ଷ ମହିଳାଙ୍କ ମୁହଁରେ ଫୁଟିବ ହସ । ସୁଭଦ୍ରା ଯୋଜନାର 5ହଜାର ଟଙ୍କା ଖାତାକୁ ଯିବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଗତକାଲି ସୁଦ୍ଧା ରାଜ୍ୟର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । କିନ୍ତୁ ଗତକାଲି କାହା ଆକାଉଣ୍ଟକୁ ଯାଇନି ସୁଭଦ୍ରା ୧ ଟଙ୍କା । ଅକ୍ଟୋବର ୯ ତାରିଖ ସିଧା ସଳଖ ଆପଣଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରାର ୫୦୦୦ ହଜାର ଟଙ୍କା । ଏନେଇ କେହି ବି ବ୍ୟାଙ୍କ ସମ୍ମୁଖରେ ଭିଡ ଲଗାନ୍ତୁ ନି ଘର ବସି ରହୁହନ୍ତୁ । ଆପଣଙ୍କ ଆକାଉଣ୍ଟକୁ ସିଧାଯିବା ସଭୁଦ୍ରାର ୫୦୦୦ ଟଙ୍କା ।

ଆସନ୍ତା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ୱାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ‘ସୁଭଦ୍ରା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ ସୁଭଦ୍ରାର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋଶାଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର- ୧୪୬୭୮କୁ କଲ୍ କରନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

 

Get real time updates directly on you device, subscribe now.