fbpx
BJD SKY
BJD SKY

ବିଜୁଳି-ଅଟା ଦର ସବସିଡି ସତ୍ତ୍ୱେ ପାକିସ୍ତାନ ଅଧିକୃତ କଶ୍ମୀରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ; ୩ ମୃତ

BJD

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ବିଜୁଳି ଓ ଅଟା ଦରରେ ସରକାରୀ ସବସିଡି ସତ୍ତ୍ୱେ ମୁଜାଫରାବାଦରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପାକିସ୍ତାନ ଅଧିକୃତ କଶ୍ମୀରକୁ ସରକାର ୨୩ ବିଲିୟନ ଟଙ୍କା ଦେବା ପରେ ସୋମବାର ସନ୍ଧ୍ୟାରେ ସରକାର ବିଜୁଳି ଓ ଅଟା ଦର ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପାକିସ୍ତାନ ରେଞ୍ଜର୍ସର କର୍ମଚାରୀମାନେ ମୁଜାଫରାବାଦରେ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ବିକ୍ଷୋଭକାରୀମାନେ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀମାନେ ସେମାନଙ୍କ ଉପରକୁ ପଥର ମାଡ଼ କରିବାରୁ ଅନେକ ରେଞ୍ଜର ଯବାନ ଆହତ ହୋଇଥିଲେ ।

ପଥରମାଡ଼ର ଜବାବରେ ଅଧିକାରୀମାନେ ଆକାଶମାର୍ଗରେ ଗୁଳି ଚଳାଇଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିଲେ ମଧ୍ୟ ଏହାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ । ସେପଟେ ସିଏମଏଚ ମୁଜାଫରାବାଦ ଡାକ୍ତର ନାଦିର ରେହମାନ ବିବିସିର ତାବିଣ୍ଡା କୋକାବକୁ କହିଛନ୍ତି ଯେ ସଂଘର୍ଷ ପରେ ୩ଟି ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଥିଲା । ସମସ୍ତ ମୃତକଙ୍କୁ ଗୁଳି କରାଯାଇଥିଲା । ସିଏମ୍ଏଚ୍ ଅଧିକାରୀଙ୍କ କହିବା ନୁସାରେ, ସଂଘର୍ଷରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.