fbpx
BSKY
BJD SHG SKY
BJD YOUTH SKY

ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ: ଭାରତରେ କାହାର ଜନସଂଖ୍ୟା ବେଶି ବଢ଼ୁଛି, ଜାଣନ୍ତୁ ଡିଟେଲ୍ସ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କ୍ଷମତାରେ ଥିବା ବିଜେପି ସରକାର ଜନସଂଖ୍ୟା ନିୟନ୍ତ୍ରଣ ନିୟମ ଲାଗୁ କରିବା ସପକ୍ଷରେ ରହିଛି । ତେବେ ଗତ ୫୦ ବର୍ଷ ମଧ୍ୟରେ କେଉଁ ଧର୍ମର ଜନସଂଖ୍ୟା କେତେ ବୃଦ୍ଧି ପାଇଛି ତାହା ଆମେ ଜାଣିବା ନିହାତି ଜରୁରୀ । ଜନସଂଖ୍ୟାର ଏହି ବୃଦ୍ଧିର ବୋଝ ଦେଶ ପାଇଁ କେତେ କ୍ଷତିକାରକ ହେବ ତାହା ଉପରେ ତର୍ଜମା ହେବା ଆବଶ୍ୟକ ।

ତେବେ ଜନସଂଖ୍ୟା ମାମଲାରେ ଭାରତ ଆସନ୍ତାବର୍ଷ ସୁଦ୍ଧା ଚୀନକୁ ଟିପିଯିବ ବୋଲି ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କୁହାଯିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆମେରିକାର ଏକ ରିପୋର୍ଟ ମୁତାବକ, ଅଷ୍ଟାଦଶ ଶତାବ୍ଦୀରେ ଭାରତର ଜନସଂଖ୍ୟା ପାଖାପାଖି ୧୨ କୋଟି ରହିଥଲା । ୧୮୨୦ରେ ଏହା ୧୩.୪୦ କୋଟି ରହିଥିବା ବେଳେ ଊନବିଂଶ ଶତାବ୍ଦୀରେ ୨୩ କୋଟି ଟପିଥିଲା । ୨୦୦୧ରେ ଜନସଂଖ୍ୟା ୧୦୦ କୋଟି ଟପିଥିବା ବେଳେ ବର୍ତ୍ତମାନ ୧୪୦ କୋଟି ପାଖାପାଖି ରହିଛି । ତେବେ ୨୦୫୦ ସୁଦ୍ଧା ଦେଶର ଜନସଂଖ୍ୟା ୧୬୬ କୋଟିରେ ପହଞ୍ଚିଯିବ ।

୨୦୦୧ ତୁଳନାରେ ୨୦୧୧ରେ ଜନସଂଖ୍ୟା ୧୭.୭ ପ୍ରତିଶତ ବଢ଼ିଥିଲା । ଏହି ସମୟରେ ମୁସଲମାନଙ୍କ ସଂଖ୍ୟା ସବୁଠାରୁ ବେଶୀ ୨୫ ପ୍ରତିଶତ, ହିନ୍ଦୁ ୧୭, ଖ୍ରୀଷ୍ଟିଆନ ୧୫.୫, ଶିଖ ୮.୪, ବୌଦ୍ଧ ୬.୧ ଓ ଜୈନ ୫.୪ ପ୍ରତିଶତ ବଢ଼ିଥିଲେ । ୧୯୯୧ରୁ ୨୦୦୧ ମଧ୍ୟରେ ଭାରତର ଜନସଂଖ୍ୟା ୨୨ ପ୍ରତିଶତରୁ ଅଧିକ ବଢ଼ିଥିଲା । ଏହି ସମୟ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୨୦ ପ୍ରତିଶତ, ମୁସଲମାନ ୩୬, ଖ୍ରୀଷ୍ଟିଆନ ୨୩, ଶିଖ ୧୮, ବୌଦ୍ଧ ୨୪ ଓ ଜୈନ ୨୬ ପ୍ରତିଶତ ବଢ଼ିଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁତାବକ, ମୋଟ ଫର୍ଟିଲିଟି ରେଟ ସହିତ ଜନସଂଖ୍ୟାର ସିଧାସଳଖ ସମ୍ବନ୍ଧ ରହିଛି । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ( ଏନଏଫଏଚସ) ମୁତାବକ, ହିନ୍ଦୁ ମହିଳାଙ୍କ ଫର୍ଟିଲିଟି ରେଟ ୩.୩ ରହିଥିବା ବେଳେ ମୁସଲମାନ ମହିଳାଙ୍କର ୪.୪ ରହିଛି । ହିନ୍ଦୁ ମହିଳା ନିଜ ଜୀବନ କାଳ ମଧ୍ୟରେ ୩ ସନ୍ତାନଙ୍କୁ ଜନ୍ମ ଦେଉଥିବା ବେଳେ ମୁସଲମାନ ମହିଳାମାନେ ୪ରୁ ଅଧିକ ଜନ୍ମ ଦେଉଛନ୍ତି ।

Get real time updates directly on you device, subscribe now.