fbpx

ଦଶହରାରେ ଜଗା ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

କଟକଣା ଜାରିକଲା ମନ୍ଦିର ପ୍ରଶାସନ

ପୁରୀ: ପୂଜାରେ କୋଭିଡ ସଂକ୍ରମଣକୁ ଏଡ଼ାଇବାକୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଉପରେ ଜାରିହୋଇଛି କଟକଣା । ସୋମବାର ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

କୋଭିଡ ସମୟରେ ହବିଷ୍ୟାଳୀ ନବଆସିବାକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ । ୧୫ ତାରିଖ ଦଶହରା ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ୧୮ ତାରିଖ କୁମାର ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ଅନୁମତି । ନଭେମ୍ବରରେ ରବିବାର ବ୍ୟତୀତ ଆଉ ୩ ଦିନ ସର୍ବସାଧାରଣ ଦର୍ଶନ ମନା । ଦୀପାବଳି, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ମନା । ଶ୍ରୀମନ୍ଦିର ଭିତରକୁ ଯାଉଥିବା ସେବାୟତ ପାରମ୍ପରିକ ପୋଷାକ ପିନ୍ଧିବେ । ଶ୍ରୀମନ୍ଦିର କର୍ମଚାରୀ କେହି ମଧ୍ୟ ଗଲେ ପାରମ୍ପରିକ ପୋଷାକ ପିନ୍ଧିବେ । ନିଷ୍ପତ୍ତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.