fbpx

ପିଛା ଛାଡୁନି ତିରୁପତି ମନ୍ଦିର ବିବାଦ, ପ୍ରସାଦରୁ ବାହାରିଲା ପୋକ!

ନୂଆଦିଲ୍ଲୀ: ତିରୁପତି ବିବାଦ ଥମିବାର ନାଁ ଧରୁନି । ପଶୁ ଚର୍ବି ମିଶିବା ନେଇ ଅଭିଯୋଗ ଆସିବା ପରଠାରୁ ଦିନକୁ ଦିନ ନୂଆ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି । ତେବେ ତିରୁପତି ମନ୍ଦିରର ପ୍ରସାଦରେ ପୋକ ବାହାରିବା ନେଇ ଜଣେ ଭକ୍ତ ଅଭିଯୋଗ କରିଛନ୍ତି । କିନ୍ତୁ ତିରୁମାଳା ତିରୁପତି ଦେବାସ୍ଥନମ ପକ୍ଷରୁ ଏହାକୁ ଆଗ୍ରହ କରାଯାଇଛି ।

ଅଭିଯୋଗ କରିଥିବା ଭକ୍ତଙ୍କ କହିବା ଅନୁସାରେ, ଏହି ଘଟଣା ବୁଧଦବାର ଦିନର । ଦିନକୁ ଦିନ ଟିଟିଡି କର୍ତ୍ତୃପକ୍ଷଙ୍କ ଅବହେଳା ଗ୍ରହଣୀୟ ନୁହେଁ । ଏଠାରେ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରତିଫଳିତ ହେଉଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଅନ୍ୟ ଜଣେ ଭକ୍ତ ଅଭିଯୋଗ କରି କହିଛନ୍ତି ଯେ, ମୁଁ ତିରୁପତିଙ୍କ ପ୍ରସାଦ ସେବନ ପାଇଁ ମଧ୍ୟାହ୍ନରେ ଯାଇଥିଲି । ଭୋଜନ କରିବା ସମୟରେ ଏକ ବିଛା ବାହାରିଥିଲା । ମୁଁ ଏହାକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିବା ବେଳେ ସେ ଯେଉଁ ପ୍ରକାର ପ୍ରତିକ୍ରିୟା ଦେଇଥିଲେ, ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେ କହିଥିଲେ ବେଳେବେଳେ ଏପରି ଭୁଲ ହୋଇଯାଏ । ତେବେ ଏନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ବେଳେ ବିରୋଧ ଦିନକୁ ଦିନ ଜୋର ହେବାରେ ଲାଗିଛି ।

Get real time updates directly on you device, subscribe now.