fbpx

ଯୋଡ଼ାମ୍ବରେ ନୂତନ ଥାନା ଉଦଘାଟନ କଲେ ପୋଲିସ ମହାନିର୍ଦ୍ଦେଶକ

ମାଲକାନଗିରି, ୨୦ା୬(ଓଡ଼ିଶା ଭାସ୍କର): ଆଜି ମାଲକାନଗିରି ଗସ୍ତରେ ଯାଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେଠାରେ ସେ ପହଞ୍ଚି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ । ଏହାସହ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ ଡିଜିପି । ପରେ ମାଲକାନଗିରିର ପୋଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ, ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ମାଓ ଗତିବିଧିର ସମୀକ୍ଷା ମଧ୍ୟ କରିଥିଲେ । ଏଥିସହିତ ଯୋଡ଼ାମ୍ବଠାରେ ଏକ ନୂତନ ପୋଲିସ ଥାନା ଉଦଘାଟନ କରିଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.