fbpx

ଜାନୁୟାରୀ ୧୫ରୁ ଆରମ୍ଭ ହେବ ଧନୁଯାତ୍ରା: ୧୧ ଦିନ ପାଇଁ କମ୍ପିବ ବରଗଡ଼ ସହର

ବରଗଡ଼: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମୟ । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବ ଦେଶର ସର୍ବବୃହତ ଖୋଲା ପେଣ୍ଡାଲ ଯାତ୍ରା । ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ୧୧ ଦିନ ପାଇଁ ବରଗଡ଼ ସହରରେ ଧନୁଯାତ୍ରାର କୁମ୍ଭ ଲାଗିବା ନେଇ ନିଷ୍ପତ୍ତି ହୋଇଛି । ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତ୍ତମାନ ଏହି ଦିନକୁ କୋଟି କୋଟି ଶ୍ରଦ୍ଦାଳୁ ଅପେକ୍ଷା କରି ରହିଛନ୍ତି ।

Get real time updates directly on you device, subscribe now.