fbpx

ପୌର ନିର୍ବାଚନ ଫଳାଫଳକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍: କହିଲେ ଜନାଦେଶକୁ ସମ୍ମାନ ଜଣାଉଛୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ଆସିସାରିଛି । ପୌର ପରିଷଦ ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବିଜେପି ମଧ୍ୟ ବିଜେଡିକୁ ଅନେକ ସ୍ଥାନରେ କଡ଼ା ଟକ୍କର ଦେଇଛି ।

ଏହାରି ମଧ୍ୟରେ ପୌର ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ଟ୍ୱିଟ କରି ଦଳର ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଉଛୁ ବୋଲି କହିଛନ୍ତି । ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ବିଜେପିକୁ ସମର୍ଥନ କରିଥିବା ମତଦାତାଙ୍କ ନିକଟରେ କୃତଜ୍ଞ । ଦଳର କର୍ମକର୍ତ୍ତା ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ଧନ୍ୟବାଦ । ସବକା ସାଥ୍ ସବକା ବିକାଶ ମୋଦୀ ସରକାରଙ୍କ ମୂଳମନ୍ତ୍ର ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଗକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିବୁ ଏବଂ ସଂଗଠନ ଦୃଢ଼ କରିବାକୁ ଆମ କର୍ମକର୍ତ୍ତା ପ୍ରୟାସ ଜାରି ରଖିବେ କହିଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.