fbpx

ଆଇପିଏଲ ପ୍ଲେ- ଅଫ ରେସ୍: ଚତୁର୍ଥ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଓ କୋହଲି

Advertisement

ଓଡିଶା ଭାସ୍କର: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ ସିଜିନ ଜାରି ରହିଥିବା ବେଳେ ମେ ୧୬ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟନ ମଧ୍ୟରେ ହୋଇଥିବା ମ୍ୟାଚ ପ୍ରବଳ ବର୍ଷା କାରଣରୁ ଟସ ପଡିବା ଆଗରୁ ବାତିଲ କରାଯାଇଥିଲା । ଏହି କାରଣ ଯୋଗୁଁ ହାଇଦ୍ରାବାଦ ପ୍ଲେ- ଅଫରେ ପହଞ୍ଚିବା ସହ ତୃତୀୟ ସ୍ଥାନରେ ରହିଛି । ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ ପ୍ଲେ-ଅଫ ତାଲିକାର ନିଜର ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛନ୍ତି ।

ବର୍ତ୍ତମାନ ଚତୁର୍ଥ ଦଳ ପାଇଁ ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ହାଇଦ୍ରାବାଦ ଓ ଗୁଜୁରାଟର ମ୍ୟାଚ ବର୍ଷାରେ ଧୋଇଯିବା କାରଣରୁ ୧୮ରେ ହେବାକୁ ଥିବା ବେଙ୍ଗାଲୁରୁ-ଚେନ୍ନାଇ ମ୍ୟାଚର ପାଣିପାଗ ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି । କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଟପ ୨ରେ ଥିବା ଦୁଇ ଦଳ ଭିତରେ କ୍ୱାଲିଫାୟାର-୧ ମ୍ୟାଚ ଖେଳାଯାଇଥାଏ । ଦୁଇ ଦଳ ଭିତରୁ ହାରିଥିବା ଦଳକୁ ପୁନଃ ଖେଳିବା ଲାଗି ସୁଯୋଗ ମିଳିଥାଏ । ତାପରେ କ୍ୱାଲିଫଆୟାର-୨ ଖେଳିବାକୁ ସୁଯୋଗ ମିଳିଥାଏ ।

ସେହିପରି ୧୦ଟି ଦଳ ମଧ୍ୟରୁ ୪ଟି ପ୍ଲେ-ଅଫ ରେସରେ ପଛରେ ରହିଛନ୍ତି । ଆତ୍ୟଧିକ ବର୍ଷା ହେତୁ ହାଇଦ୍ରାବାଦ-ଗୁଜୁରାଟ ମ୍ୟାଚ ଡ୍ର ହେବା ପରେ ଦିଲ୍ଲୀ କ୍ୟାପିଟାଲ ମଧ୍ୟ ଏଥିରୁ ବାଦ ପଡିଛି । ଏହିପରି ଭାବରେ ୧୦ ଟିମ ଭିତରୁ ୪ଟି ଦଳ ପ୍ଲେ-ଅଫ ଦୌଡରେ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି । ଏଭିଳି ପରିିିିିିସ୍ଥିତିରେ ବର୍ତ୍ତମାନ ଚତୁର୍ଥ ଦଳ ପାଇଁ ଚେନ୍ନାଇ ସୁପର କିଙ୍ଗ ଏବଂ ରୟାଲ ଚ୍ୟାଲେଞ୍ଜ ବାଙ୍ଗୋଲର ଏହି ଲଢେଇ ପାଇଁ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି । ଏଠାରେ ସବୁଠାରୁ ରୋମାଞ୍ଚକର କଥା ହେଉଛି ମହେନ୍ଦ୍ର ସିଂ ଧୋନଙ୍କ ଟିମ ଓ ବିରାଟ କୋହଲିଙ୍କ ଟିମ ଭିତରେ ଜବରଦସ୍ତ ଶେଷ ମ୍ୟାଚଟି ଦେଖିବାକୁ ମିଳିବ ବୋଲି ଦର୍ଶକମାନେ ଏନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.