fbpx

(Video) ଧୋନୀ-ଜାଡେଜାଙ୍କ ଭିତରେ ଚାଲିଛି ବିବାଦ? ଏହି ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଥମ କ୍ୱାଲିଫାୟାରରେ ଗୁଜୁରାଟ ଟାଇଟନ୍ସକୁ ହରାଇ ଦଶମ ଥର ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ । ଷ୍ୟାର ଅଲରାଉଣ୍ଡର ଜାଡେଜାଙ୍କ ଦମଦାର ବୋଲିଂ ଚେନ୍ନାଇର ଏହି ବିଜୟକୁ ଆହୁରି ସହଜ କରି ଦେଇଛି । କିନ୍ତୁ ଏହି ମ୍ୟାଚ ପରେ ଜାଡେଜାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଦଳର ଅଧିନାୟକ ଧୋନୀ ଏବଂ ତାଙ୍କ ଭିତରେ ଥିବା ସମ୍ପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିଛି ଦିନ ତଳେ ଜାଡେଜାଙ୍କ ଟ୍ୱିଟରୁ ଏହି ଆଲୋଚନା ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ଏହି ଭିଡିଓ ମାମଲାକୁ ଆହୁରି ଗରମ କରି ଦେଇଛି ।

ଗୁଜୁରାଟ ବିଜୟ ପରେ ପଡିଆରେ ଆରମ୍ଭ ହୋଇଯାଇଥିଲା ଚେନ୍ନାଇର ବିଜୟ ସେଲିବ୍ରେସନ୍ । କିନ୍ତୁ ଏହି ସେଲିବ୍ରେସନରେ ସାମିଲ ନଥିଲେ ଷ୍ଟାର ଅଲରାଉଣ୍ଡର ଜାଡେଜା । ଦଳର ସିଇଓ କାଶୀ ବିଶ୍ୱନାଥନ ଜାଡଜାଙ୍କୁ ଏକାକୀ ଭାବରେ କିଛି ବୁଝାଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଭିଡିଓରୁ ଜଣାପଡୁଛି ଯେ, କାଶୀ ଜାଡେଜାଙ୍କୁ କୌଣସି ବିଷୟରେ ସାନ୍ତ୍ୱନା ଦେଉଛନ୍ତି । କିନ୍ତୁ ଏହି ସମୟରେ ଜାଡେଜାଙ୍କ ମୁହଁରେ ନିରାଶା ଏବଂ ଅସନ୍ତୋଷ ମଧ୍ୟ ଦେଖାଯାଉଛି । ତେବେ ଏହି ଭିଡିଓ ଭାଇରାଲ ହେବା ପୁଣିଥରେ ଧୋନୀ-ଜାଡେଜାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏ ନେଇ ଟିମ ମ୍ୟାନେଜମେଣ୍ଟ କିମ୍ବା ଉଭୟ ଖେଳାଳିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କିଛି ଦିନ ତଳେ ଜାଡେଜାଙ୍କର ଏକ ଟ୍ୱିଟର ପୋଷ୍ଟ ଆଲୋଚନାକୁ ଆରମ୍ଭ କରିଛି । ଏହାବ୍ୟତୀତ କିଛି ଦିନରୁ ଉଭୟ ଖେଳାଳିଙ୍କ ମଧ୍ୟରେ ବ୍ୟବହାର ଏବଂ କଥାବାର୍ତ୍ତାର ଶୈଳୀରୁ ଦୁହିଁଙ୍କ ମଧ୍ୟରେ ବିବାଦ ଥିବା ସନ୍ଦେହ ସୃଷ୍ଟି କରୁଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପରେ କ୍ୟାପଟେନ କୁଲ ମାହି ଏବଂ ଜାଡେଜା ଦୀର୍ଘ ସମୟ ପାଇଁ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଜାଡେଜା ନିଜ ଟ୍ୱିଟରେ ‘କର୍ମ’ କୁ ନେଇ ଏକ ପୋଷ୍ଟ କରିଥିଲେ, ଯାହା ଧୋନୀଙ୍କୁ ଦର୍ଶାଇ ଲେଖା ଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.