fbpx

ଡାଇବେଟିସ୍ ରୋଗୀଙ୍କ ପାଇଁ ଥଣ୍ଡାଦିନ ଭୟଙ୍କର: ଖାଦ୍ୟପେୟରେ ଅବହେଳା କଲେ ବିଗିଡ଼ିଯିବ ସ୍ୱାସ୍ଥ୍ୟାବସ୍ଥା, କ’ଣ କହୁଛନ୍ତି ବିଶେଷଜ୍ଞ

AAKASH

ବର୍ତ୍ତମାନ ଥଣ୍ଡା ସିଜିନ୍ ଚାଲିଥିବା ବେଳେ ଏହି ସମୟ ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ମାରାତ୍ମକ ହୋଇଥାଏ । ଥଣ୍ଡାରେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ଏକ ଆହ୍ୱାନ ପରି ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଥଣ୍ଡାରେ ଆପଣମାନେ କିଛି ଜିନିଷକୁ ପରିତ୍ୟାଗ କରି ରକ୍ତରେ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରିପାରିବେ ।

– ଭିଟାମିନ-ସିରେ ଭରପୁର ଥିବା କମଳା ଆମର ରୋଗ ପ୍ରତିରୋଧ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ମାତ୍ର କମଳାରେ ସୁଗାରର ମାତ୍ରା ଅତ୍ୟଧିକ ଥିବାରୁ ମଧୁମେହ ରୋଗୀ ଏହା ଖାଇବା ଉଚିତ ନୁହେଁ । ଥଣ୍ଡାରେ ଏହାକୁ ସେବନ କରିବା ଅନୁଚିତ । ବିଶେଷ କରି ବଜାରରେ ମିଳୁଥିବା ପ୍ୟାକେଡ୍ କମଳା ଜୁସ୍ ପିଇବା ଅନୁଚିତ୍ ।

– ଶୀତଦିନେ ବିଶେଷ କରି ତୈଳଯୁକ୍ତ ଖାଦ୍ୟ ଯେପରି ସିଙ୍ଗଡ଼ା, ପକୋଡ଼ି, ପରଠା ଆଦି ଠାରୁ ଦୂରେଇ ରହିବା ଉଚିତ । ଏଗୁଡ଼ିକ ଖାଇବା ଦ୍ୱାରା ଆମ ଶରୀରରେ ହଜମ କ୍ରିୟା ଦୁର୍ବଳ ହୋଇଯାଇଥାଏ । ମଧୁମେହ ରୋଗୀମାନେ ଏପରି ଖାଦ୍ୟ ଖାଇବା ଅନୁଚିତ୍ ।

– ଅତ୍ୟଧିକ ସୋଡ଼ା କିମ୍ବା ମିଠା ଯୁକ୍ତ ଖାଦ୍ୟ ଏହି ସମୟରେ ଖାଆନ୍ତୁ ନାହିଁ । ବିଶେଷ କରି ବଜାରରେ ଉପଲବ୍ଧ ସୁପ୍, ପ୍ୟାକେଡ ଜୁସ ପିଇବା ଉଚିତ ନୁହେଁ । କାର୍ବୋହାଇଡ୍ରେଟସର ଏକ ମୁଖ୍ୟ ସ୍ରୋତ ହେଉଛି ମହୁ, ଯାହାକି ସଙ୍ଗେ ସଙ୍ଗେ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଥଣ୍ଡା ଦିନରେ ମହୁ ସେବନରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

– ମଧୁମେହ ରୋଗୀମାନେ ଥଣ୍ଡା ସିଜିନରେ ଚର୍ବିଯୁକ୍ତ ମାଂସ ଖାଇବା ଅନୁଚିତ । ଏହି ଚର୍ବି ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଏହାବ୍ୟତୀତ ଲାଲ ମାଂସ ମଧ୍ୟ ଖାଇବା ଅନୁଚିତ । ଇନସୁଲିନ୍ ଗ୍ରହଣ କରୁଥିବା ରୋଗୀମାନେ ମଦ୍ୟପାନ ନ କରିବା ଭଲ ।

Get real time updates directly on you device, subscribe now.