fbpx

ମହାନଦୀ ବାଲି ଭିତରୁ ମିଳୁଛି ହୀରା: ରତ୍ନ ପଥରରେ ଭରି ହୋଇଛି ମହାନଦୀର ଆଖପାଖ

ବୌଦ୍ଧ: ଚିରସ୍ରୋତା ମହାନଦୀ ଭିତରେ ରହିଛି ଗୁପ୍ତ ସମ୍ପତ୍ତି । ମହାନଦୀର ସେହି ଚକ୍ ଚକ୍ କରୁଥିବା ବାଲି ସାଧାରଣ ବାଲି ନୁହେଁ । ସେହି ବାଲି ଭିତରେ ରହିଛି ମୂଲ୍ୟବାନ ହୀରା । ଓଡିଶାର ବଡ ନଦୀର ମାନ୍ୟତା ପାଇଥିବା ମହାନଦୀରେ ଏବେ ଖାଲି ପୁଳା ପୁଳା ହୀରା ଆଉ ରତ୍ନପଥରରେ ଭରି ରହିଛି । ଅନେକ ମୂଲ୍ୟବାନ ପଥର ମହାନଦୀ ଗର୍ଭରେ ରହିଛି । ଯାହା ମିଳିଗଲା ପରେ କେହି ବି ଓଡିଶାବାସୀ ଆଉ ଗରିବ ରହିବେ ନାହିଁ ।

ମହାନଦୀ ଗର୍ଭରେ ରତ୍ନପଥର ରହିଥିବାର ପ୍ରମାଣ ମିଳିଛି । ମହାନଦୀ ପାଖରେ ରହୁଥିବା ଅଞ୍ଚଳବାସୀ ଏଠାକୁ ଆସି ପ୍ରତିଦିନ ଗୋଟି ଗୋଟି କରି ରତ୍ନପଥର ସାଉଁଟି ନେଇଯାଉଛନ୍ତି । ମହାନଦୀରେ ରହିଥିବା ଏହି ସବୁ ରତ୍ନ ପଥର ଦୁର୍ଲଭ ସହିତ ମୂଲ୍ୟବାନ ମଧ୍ୟ । ସହଜରେ ଏହା ମିଳିନଥାଏ । କୁହାଯାଏ ଭୁମିର ବହୁତ ତଳେ ଏହା ଗଛିତ ହୋଇ ରହିଛି । ଯାହାକୁ ସହଜରେ ଆଣିବା ସମ୍ଭବ ନୁହେଁ । ସେଥିପାଇଁ ତ ଏହି ପଥର ସବୁ ଦାମୀକିଆ ହୋଇଥାଏ । ହୀରା ସୁନା ଭଳି ଅନେକ ଦ୍ଭବଳ ଏସବୁକୁ ପିନ୍ଧିବାକୁ ଭଲ ପାଆନ୍ତି । ଏମିତିରେ ସମସ୍ତେ ଜାଣନ୍ତି ସବୁଠୁ ମୂଲ୍ୟବାନ ପଥର ହେଉଛି ହୀରା । ଯାହାକି ଗରିବକୁ ବି କୋଟିପତି କରିଦିଏ । ଆଉ ଏସବୁ ପଥର ଆପଣ ଏବେ ମହାନଦୀ ପଠାରେ ଦେଖିବାକୁ ପାଇବେ ।

ଏବେ ସେଠାକାର ଲୋକମାନେ ଦିନରାତି ଏକ କରି ମହାନଦୀ ଭିତରେ ହୀରା ଖୋଜିବାରେ ଲାଗିପଡିଛନ୍ତି । ତେବେ ୧୯୮୨ ମସିହାରେ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୌଦ୍ଧ ମହାନଦୀ ପଠାରେ ଏଭଳି ରତ୍ନ ପଥର ଓ ହୀରା ର ସଂଧାନ ମିଳିଲା । ସେବେଠାରୁ ଆଜି ପଯ୍ୟନ୍ତ ପ୍ରାୟ ୪୦ବର୍ଷ ହେଲାଣି ମହାନଦୀରୁ ହୀରା ଓ ରତ୍ନପଥର ର ସନ୍ଧାନ ଚାଲିଛି ।

Get real time updates directly on you device, subscribe now.