fbpx

କଂଗ୍ରେସର ଅଭିଯୋଗ; ମୁଖ୍ୟମନ୍ତ୍ରୀ ପୀଡିତଙ୍କ ବଦଳରେ ଆଉ କାହାର ପାଦ ଧୋଇବାର ନାଟକ କରିଛନ୍ତି

Advertisement

ଭୋପାଳ:ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଘଟିଥିବ ା ପରିସ୍ରା କାଣ୍ଡକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାରେ ପୀଡିତ ଦଶମତ ରାୱତଙ୍କ ପାଦ ଧୋଇବା ପରେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଯିବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ଏବେ ଅସଲି ଓ ନକଲି ପୀଡିତଙ୍କୁ ନେଇ ବାଦ ବିବାଦ ଆରମ୍ଭ ହେବାରେ ଲାଗିଛି । ବିରୋଧୀ ଦଳ ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ୟୁଜର୍ସ ଦାବୀ କରୁଛନ୍ତି ପୀଡିତଙ୍କ ସ୍ଥାନରେ ତାଙ୍କ ଭଳି ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିଆଯାଇଛି । ତେବେ ଏହି ଦାବୀ ପ୍ରକୃତ ପୀଡିତ ଦଶମତ ରାୱତଙ୍କ ଉଚ୍ଚତା, ଶରୀରର ଗଠନ , ଭାବଭଙ୍ଗୀ ଆଧାରରେ କରାଯାଉଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏହି ଦାବୀକୁ ଖଣ୍ଡନ କରାଯାଇଛି ।

ମଧ୍ୟପ୍ରଦେଶ କଂଗ୍ରେସ ଗତ ରବିବାର ଏକ ଟୁଇଟ୍ କରି ଦାବୀ କରିଥଇଲା ଯେ, ସିଧି ପରିସ୍ରା କାଣ୍ଡରେ ବଡ ଖୁଲାସା, ମୁଖ୍ୟମନ୍ତ୍ରୀ ଶିବରାଜ ପୀଡିତଙ୍କ ବଦଳରେ ଆଉ କାହାର ପାଦ ଧୋଇବାର ନାଟକ କରିଛନ୍ତି, ଅସଲ ପୀଡିତା କ’ଣ ନିଖୋଜ କି? ଶିବରାଜଜୀ ଏତେବଡ ଷଡଯନ୍ତ୍ର! ମଧ୍ୟପ୍ରଦେଶ ଜନତା ଆପଣଙ୍କୁ କ୍ଷମା କରିବେ ନାହିଁ ।

ଏହା ପୂର୍ବରୁ ସୋସିଆଲ୍ ମିଡିଆ ୟୁଜର୍ସ ପୀଡିତ ଅସଲି କି ନକଲି ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଇଥିଲେ । ଜଣେ ୟୁଜର ସ୍ପଷ୍ଟ ଭାବରେ ଲେଖିଥିଲେ ମଧ୍ୟପ୍ରଦେଶରେ ଅଭିଯୁକ୍ତ ପ୍ରବେଶ ଶୁକ୍ଳା ଯେଉଁ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ ସେ ଓ ମୁଖ୍ୟମନ୍ତ୍ରୀ ପାଦ ଧୋଇଥିବା ଏହି ଦଶମତ ରାୱତଙ୍କ ମଧ୍ୟରେ ବହୁ ଫରକ ରହିଛି । ପରିସ୍ରା କାଣ୍ଡରେ ପୀଡିତଙ୍କ ବୟସ ୧୬-୧୭ବର୍ଷରୁ ଅଧବକ ଲାଗୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯାହାର ପାଦ ଧୋଇଛନ୍ତି ତାଙ୍କର ବୟସ ୩୫ରୁ ୩୮ ବର୍ଷ ହୋଇଥିବା ପରି ଲାଗୁଛି । ଭାଇରାଲ୍ ଭିଡିଓରେ ଯୁବକର କେଶ କଳା, ଘନ ଓ କୁଞ୍ଚକୁଞ୍ଚିଆ ଥିବା ବେଳେ ପୀଡିତ ମାନସିକ ସ୍ତରରେ ବିକଳାଙ୍ଗ ଲାଗୁଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ଯୁବକଙ୍କର ପାଦ ଧୋଇଛନ୍ତି ତାଙ୍କ କେଶ ଧଳା ଓ ସେ ମାନସିକ ସ୍ତରରେ ପୁରା ସୁସ୍ଥ ଥିବା ଜଣାପଡୁଛନ୍ତି ।
ସୋସିଆଲ୍ ମିଡିଆରେ ଉଠୁଥିବା ଏହି ଦାବୀକୁ ସିଧି ଏସପି ଖଣ୍ଡନ କରି କହିଛନ୍ତି ଘଟଣାର ପୀଡିତ ଦଶମତ ରାୱତଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଆବାସ ନିଆଯାଇ ସମ୍ମାନ ଦିଆଯାଇଛି ।

Get real time updates directly on you device, subscribe now.