fbpx

ବାପାଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି ; ବିପୁଳ ଭୋଟରେ ବିଜୟଲାଭ

ଭୁବନେଶ୍ୱର : ବାଘର ଛୁଆ ସବୁବେଳେ ବାଘ ରହିବ । ବାପାଙ୍କ ରେକର୍ଡ ଭାଙ୍ଗି ବିପୁଳ ଭୋଟରେ ଜିତିଲେ ଦୀପାଳି । ବିଧିବଦ୍ଧଭାବରେ ଘୋଷଣା ହେଲା । ୧୦୭୦୦୩ ଭୋଟରେ ଦୀପାଳି ବିଜୟ ଲାଭ କରିଛନ୍ତି । ପ୍ରଥମଥର ପାଇଁ ବିଜେଡି ଏକ ଲକ୍ଷ ଉପରେ ଭୋଟ୍ ସଂଗ୍ରହ କରିଛି । ରେକର୍ଡ ସଂଖ୍ୟାରେ ବିଜେଡି ବିଜୟ ଲାଭ କରିଛି । ବାଘ ର ଝିଅ ବାଘୁଣୀ ବୋଲି ଦୀପାଳି ନିଜେ କହିଛନ୍ତି । ବିଜେପିକୁ ୫୮୩୮୪ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୪୪୭୩ ଭୋଟ ମିଳିଛି ।

ବିଜୟଲାଭ ପରେ ବାପାଙ୍କ ଫଟୋ ସାମ୍ନାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନା କରିଛନ୍ତି ଦୀପାଳି । ଏହା ତାଙ୍କ ବାପାଙ୍କ ପ୍ରତି ଥିବା ଜିଲ୍ଲାବାସୀଙ୍କ ଭଲ ପାଇବା ବୋଲି ଦୀପାଳି କହିଛନ୍ତି । ଜିଲ୍ଲାବାସୀ ତାଙ୍କ ପୁଅ (ନବ ଦାଦ)ଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କ ନାତୁଣୀକୁ ଜିତାଇଛନ୍ତି ବୋଲି ବିଜୟଲାଭ ପରେ ଦୀପାଳି କହିଛନ୍ତି ।

ପ୍ରଥମ ରାଉଣ୍ଡ ରେ ହିଁ ବିଜେଡିର ବିଜୟ ସ୍ପଷ୍ଟ ବାରି ହୋଇପଡିଥିଲା । ଦୀପାଳି ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ୫୯୪୪ ଭୋଟ୍ , ଦ୍ୱିତୀୟ ରାଉଣ୍ଡରେ ୧୧୨୫୬ ଭୋଟ୍ , ତୃତୀୟ ରାଉଣ୍ଡରେ ୧୭୮୪୩ ଭୋଟ୍, ଚତୁର୍ଥ ରାଉଣ୍ଡରେ ୨୩୬୧୫ ଭୋଟ୍ ମିଳିଥିଲା । ଏଭଳି ବିଜୟ ପଥରେ ଚାଲିଥିଲା ବିଜେଡି । ଶେଷରେ ୧୬ତମ ରାଉଣ୍ଡରେ ି ୯୪୩୨୬ ଏବଂ ୧୮ ତମ ରାଉଣ୍ଡରେ ୧୦୭୦୦୩ ଭୋଟ୍ ସଂଗ୍ରହ କରି ବିପୁଳ ମାତ୍ରାରେ ଦୀପାଳି ବିଜୟ ଲାଭ କରିଥିଲେ । ଯାହା ନିଜ ବାପା ସ୍ୱର୍ଗତ ନବ କିଶୋର ଦାସଙ୍କ ଡାରୁ ଢେର ଗୁଣରେ ଆଗରେ ଅଛନ୍ତି ଦୀପାଳି ।

 

Get real time updates directly on you device, subscribe now.