fbpx

News across the Earth, news close to your heart, Read Odisha Bhaskar English

୩୧ରୁ ବାରାଣସୀକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଆସନ୍ତା ୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାର ବିମାନ ସବୁ ଦିନ ଉଡ଼ିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ ସୂଚନା ଦେଇଛନ୍ତି । ମାତ୍ର ୩,୪୭୦ ଟଙ୍କାରେ ବିମାନ ଯାତ୍ରାର ସୁବିଧା ମିଳିବ । ଭୁବନେଶ୍ବରରୁ ବିମାନ ଦିନ ୧୨ଟା ୧୫ରେ ଛାଡ଼ି ଅପରାହ୍ନ ୨ଟା ୫ରେ ବାରାଣସୀରେ ପହଞ୍ଚିବ। ଏହା ପରେ ବାରାଣସୀରୁ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ଵରରେ ପହଞ୍ଚିବ ବିମାନ।

Get real time updates directly on you device, subscribe now.