fbpx
BJD SKY
BJD SKY

ଏଣିକି ୭ଦିନରେ ମିଳିବ ଡିଏଲ୍ !

BJD

ଟ୍ରାଫିକ୍ କଟକଣାକୁ ଜୋରଦାର କରିଛନ୍ତି ସରକାର । ଲାଇସେନ୍ସ ବିହୀନ ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ପରେ ଏବେ ଲୋକମାନେ ଆରଟିଓ ଅଫିସକୁ ଦୌଡିବାରେ ଲାଗିଛନ୍ତି । ଯଦି ଆପଣ ବିନା ଡିଏଲରେ ଗାଡି ଚଳାଉଛନ୍ତି ତେବେ ତୁରନ୍ତ ଡ୍ରାଇଭିଂ ଲାଇସେନ୍ସ ବନାଇ ଦିଅନ୍ତୁ ନଚେତ ଆପଣ ବହୁତ ଅସୁବିଧାରେ ପଡିପାରନ୍ତି ।

ତେବେ ଡ୍ରାଇଭିଂ ଲାଇସେନ୍ସକୁ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ୟୁପି ସରକାର । ଏହା ଦ୍ୱାରା ଆବେଦନ କରିବାର ମାତ୍ର ୭ ଦିନ ଭିତରେ ହିଁ ଆବେଦନକାରୀଙ୍କ ଘରେ ପହଞ୍ଚିଯିବ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ।

ପରିବହନ ବିଭାଗର ଏଭଳି ୨୪ ଟି ସେବାକୁ ଶେଷ କରିବା ପାଇଁ ଉତରପ୍ରଦେଶ ସରକାର ୭ ଦିନର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଅର୍ଥାତ୍ ଏଣିକି ଡ୍ରାଇଭିଂ ଲାଇସେନ୍ସ ତଥା ପରିବହନ ବିଭାଗ ସହ ଜଡିତ କୌଣସି ବି କାର୍ଯ୍ୟକୁ ଆରଟିଓକୁ ୭ ଭିତରେ ସାରିବାକୁ ପଡିବ । ଖାଲି ଡ୍ରାଇଭିଂ ଲାଇସେନ୍ସ ନୁହେଁ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିଛନ୍ତି ୟୁପି ସରକାର । ଫଳରେ ଗାଡିର ରେଜିଷ୍ଟ୍ରେସନ ପାଇଁ ଏଣିକି ମାଲିକଙ୍କୁ ଆଉ ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କିଣିବା ସମୟରେ ହିଁ ଗାଡିମାଲିକଙ୍କୁ ତରୁନ୍ତ ରେଜିଷ୍ଟ୍ରସନ ନମ୍ବର ପ୍ରଦାନ କରିଦିଆଯିବ ।

Get real time updates directly on you device, subscribe now.