fbpx

‘ଚୁପ୍…ଚୁପ୍…. ସ୍କୁଲକୁ କୁର୍ତ୍ତା ଆଉ ପାଇଜାମା ପିନ୍ଧି କାହିଁକି ଆସୁଛ’, ୟା’ଙ୍କର ଦରମା କାଟିଦିଅ ଆଉ ସସପେଣ୍ଡ କରିଦିଅ’ DMଙ୍କ ଦବଙ୍ଗଗିରି, ଦେଖନ୍ତୁ Video

AAKASH

ନୂଆଦିଲ୍ଲୀ: ଆମ ସମାଜରେ ବହୁପୂରାତନ କାଳରୁ ଉଚ୍ଚ-ନୀଚ୍ଚ ଭେଦଭାବ ରହି ଆସିଛି । ଅଧିକାଂଶ ସମୟରେ ସିନିୟର ଅଧିକାରୀମାନେ ଜୁନିୟରଙ୍କ ଉପରେ ସେମାନଙ୍କର କର୍ତ୍ତୃତ୍ୱ ଜାହିର କରିଥାନ୍ତି । ଚାକିରି ଭୟରେ ବାଧ୍ୟହୋଇ ତଳସ୍ତରର ଗରିବ ବ୍ୟକ୍ତିଟି ସବୁ ସହିଯାଇଥାଏ । ତେବେ ଜଣେ ହେଡ୍ ମାଷ୍ଟରଙ୍କର ବେଶଭୂଷା ଦେଖି ଗରମ ହୋଇଯାଇଥିଲେ ଡିଏମ୍ । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲଗିଛି ।

ବିହାରର ଲଖୀସରାୟ ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବାଲଗୁଦର ପଞ୍ଚାୟତର କନ୍ୟା ପ୍ରାଥମିକ ବିଦ୍ୟାଳୟ ନିରୀକ୍ଷଣ କରିବା ପାଇଁ ଡିଏମ୍ ପହଞ୍ଚିଥିଲେ । ଡିଏମଙ୍କ ସହିତ ଗ୍ରାମର ମୁଖିଆ ଉପସ୍ଥିତ ଥିଲେ । ତେବେ ସ୍କୁଲର ପ୍ରିନ୍ସପାଲଙ୍କ କୁର୍ତ୍ତା ଓ ପାଇଜାମା ପୋଷାକ ଦେଖି ଡିଏମ୍ ଭଡ଼କି ଉଠି କହିଥିଲେ ‘ଏଇ ଡ୍ରେସ୍ ପିନ୍ଧି ଆପଣ ଶିକ୍ଷାଦାନ କରୁଛନ୍ତି । ମୁଁ ତ ଭାବିଥିଲି ଆପଣ ସ୍ଥାନୀୟ ଜନପ୍ରତିନିଧି ।’ ଏଥିସହ ‘ଚୁପ୍….ଚୁପ୍….’ ବୋଲି କହି ଡିଏମ୍ ଧମକାଉଥିବା ଭିଡିଓରେ ଦେଖାଯାଇଥିଲା । ତେବେ ଛୋଟ ଛୋଟ ପିଲାମାନଙ୍କ ଆଗରେ ଡିଏମ୍ ସ୍କୁଲର ହେଡ୍ ମାଷ୍ଟରଙ୍କୁ ଏଭଳି ଅଶୋଭନୀୟ ବ୍ୟବହାର ଦେଖାଇଥିଲେ ।

ଏହାପରେ ଡିଏମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଫୋନ୍ କରି କହିଥିଲେ, ପ୍ରିନ୍ସପାଲଙ୍କୁ ସସପେଣ୍ଡ କରିଦିଅ ଓ ତାଙ୍କର ବେତନ ବନ୍ଦ କରିଦିଅ । କୁର୍ତ୍ତା, ପାଇଜାମା ପିନ୍ଧି ସ୍କୁଲକୁ ଆସୁଥିବା ଶିକ୍ଷକ ସ୍କୁଲକୁ ନ ଆସି ଲୋକଙ୍କଠାରୁ ଭୋଟ୍ ମାଗିବା ଦରକାର ବୋଲି ଡିଏମ୍ ପ୍ରିନ୍ସପାଲଙ୍କୁ ଧମକାଇ କହିଥିଲେ । ତେବେ ଡିଏମଙ୍କ ଏହି ବ୍ୟବହାରକୁ ସୋସିଆଲ ମିଡ଼ିଆରେ ଅନେକ ୟୁଜର ନିନ୍ଦା କରିଛନ୍ତି । ଭାରତରେ କ’ଣ କୁର୍ତ୍ତା ପାଇଜାମା ପିନ୍ଧିବା ଅପରାଧ ବୋଲି ଜଣେ ୟୁଜର ପ୍ରଶ୍ନ କରିଛନ୍ତି । ସେହିପରି ଇଂରେଜଙ୍କ ଗୁଲାମ ମାନସିକତାଧାରୀ ଆଇଏଏସ୍ ଅଧିକାରୀ ଦେଶକୁ ବର୍ବାଦ କରୁଛନ୍ତି ବୋଲି ଆଉ ଜଣେ ୟୁଜର ବିହାର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଏପରି କହିଛନ୍ତି । କିଛି ୟୁଜସର ଡିଏମଙ୍କ ତାଙ୍କ ପଦରୁ ହଟାଇବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.