fbpx

ତାମିଲନାଡୁରେ DMK କର୍ମୀଙ୍କ ଆରମ୍ଭ ହେଲା ଉତ୍ସବ, କୋଭିଡ ଗାଇଡଲାଇନକୁ ଫୁ’

ନୂଆଦିଲ୍ଲୀ,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପାଇ ଭୋଟ୍ ଗଣତି ଜାରି ରହିଛି । ଏହାରି ମଧ୍ୟରେ ତାମିଲନାଡୁରେ ଡିଏମକେ ଗଠବନ୍ଧନକୁ ବଡ ବିଜୟ ମିଳିବାକୁ ଯାଉଥିବା ଦେଖିବାକୁ ମିଳିଛି । ମୋଟ ୨୩୪ଟି ଆସନରୁ ବର୍ତ୍ତମାନ ସୁଦ୍ଧା ୧୪୨ ଟି ଆସନରେ ଡିଏମକେ ଆଗୁଆ ରହିଛି ।

ଏନେଇ ଡିଏମକେ ଦଳର ସମର୍ଥକମାନେ ଏବେଠାରୁ ବିଜୟ ଉତ୍ସବ ପାଳିବା ଆରମ୍ଭ କରିଛନ୍ତି । ସାରା ଦେଶରେ କରୋନାକୁ ନେଇ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଡିଏମକେର ସମର୍ଥକମାନେ କରୋନା ଗାଇଡଲାଇନକୁ ଫୁ’ କରି ଉଠଇବା ସହ ବିନା ମାସ୍କ ଓ ସାମାଜିକ ଦୂରତାରେ ଏକାଠି ହୋଇ ନାଚ, ଗୀତ କରୁଛନ୍ତି । କରୋନାର ଏହି ସମୟରେ ନିର୍ବାଚନ କମିଶନର କୌଣସିପ୍ରକାରର ଉତ୍ସବ ପାଳିବାକୁ ମନା କରିଥିଲେ । କିନ୍ତୁ ଲୋକମାନେ ଅମାନିଆ ହୋଇ ଏହି ନିର୍ଦ୍ଦେଶାନାମାର ଧଜ୍ଜିଆ ଉଡାଇଛନ୍ତି ।

Get real time updates directly on you device, subscribe now.