fbpx
BSKY
BJD MC SKY
BJD YOUTH SKY

ଇନଭର୍ଟରକୁ ଘରର ଏହି ସ୍ଥାନରେ ରଖନ୍ତୁ ନାହିଁ : ଯଦି ଭୁଲ କରିଥିଲେ ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ : ଆଜିର ଦିନରେ ଇନଭର୍ଟର ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଇନଭର୍ଟର ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି । ଯଦି ବାରମ୍ବାର ବିଜୁଳି କାଟ ହେଉଛି, ତେବେ ଇନଭର୍ଟର ନିହାତି ଦରକାର । ଖାସ କରି ଗରମ ଦିନରେ ଏଭଳି ବିଦ୍ୟୁତ କାଟର ସମସ୍ୟା ସହ ନିଜକୁ ଖାପଖୁଆଇବା କଷ୍ଟକର ଅଟେ । ଏଭଳି ପରିସ୍ଥିତିରେ ଇନଭର୍ଟର ବିନା ରହିବା ପ୍ରଶ୍ନ ହିଁ ନାହିଁ । ଯଦି ଆପଣ ନିଜ ଘରେ ଇନଭର୍ଟର ବ୍ୟବହାର କରୁଛନ୍ତି ତେବେ ଏହା ସହ ଜଡିତ ଏକ ଖାସ ଜିନିଷ ଆପଣଙ୍କୁ ହୁଏତ ଜଣା ନଥିବ ।

ଅନେକ ଲୋକ ଇନଭର୍ଟକୁ ଘରର ଯେକୌଣସି ଏକ ସ୍ଥାନରେ ରଖିଦିଅନ୍ତି । ଏହା କରିବା ଅର୍ଥାତ ବିପଦକ ଡାକିଆଣିବା ଭଳି ହୋଇଥାଏ । ଆସନ୍ତୁ ଜାଣିବା କାହିଁକି ଏହା ବିପଦ ହୋଇଥାଏ ଏବଂ କେଉଁଠି ରଖିବା ଠିକ ଅଟେ ।

କାହିଁକି ବିପଦ ହୋଇଥାଏ ଇନଭଟର : ଆପଣ ଜାଣନ୍ତି ଯେ, ପ୍ରତ୍ୟେକ ଇନଭର୍ଟରେ ଏକ ଭାରି ବ୍ୟାଟେରୀ ବ୍ୟବହୃତ ହୁଏ । ବ୍ୟାଟେରୀ ଯେତେବେଳେକ୍ରମାଗତ ଭାବରେ କାମ କରେ, ସେଥିରୁ କିଛି ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦ ଜନକ ଅଟେ । ଇନଭର୍ଟରରେ ଯେହେତୁ ବ୍ୟାଟେରୀ ବ୍ୟବହାର କରାଯାଉଛି, ଆମେ ଯଦି ତାହାକୁ ଘର ଭିତରେ ରଖିବା ତାହାଲେ ସେହି ଗ୍ୟାସ ଆମ ପାଇଁ କ୍ଷତିକାରକ ହୋଇଥାଏ । ଏହି ଗ୍ୟାସଗୁଡିକ ଜ୍ୱଳନ୍ତ ଅଟେ, ଏଭଳି ପରିସ୍ଥିତିରେ ଆପଣଙ୍କଘରେ ନିଆଁ ମଧ୍ୟ ଲାଗିପାରେ ।

କେଉଁଠାରେ ରଖିବା ଇନଭର୍ଟକୁ : ଯଦି ଆପଣ ଏହି କ୍ଷତିକାରକ,ବିଷାକ୍ତ ଗ୍ୟାସରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଇନଭର୍ଟରକୁ ଆପଣଙ୍କ ଘରର ବାଲକୋନୀ କିମ୍ବା ଭଲଭାବରେ ବାୟୁ ଚଳାଚଳ ହେଉଥିବା ପରିବେଶ ରଖିବା ଉଚିତ । ଏପରି କରିବା ଦ୍ୱାରା ବ୍ୟାଟେରୀରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ ସବୁ ବାହାରକୁ ବାହାରି ଯାଏ ଏବଂ ଘର ମଧ୍ୟକୁ ପ୍ରବେଶ କରେ ନାହିଁ । ଏପରି କରିବା ଦ୍ୱାରା ଆପଣ ନିଜେ ଏବଂ ନିଜର ପରିବାକୁ ମଧ୍ୟ ସୁରକ୍ଷିତ ଭାବରେ ରଖି ପାରିବେ ।

 

Get real time updates directly on you device, subscribe now.