fbpx

(Video) ଶିକ୍ଷା ନାଁରେ ‘ମୋଦୀ ବିରୋଧୀ’ ବାର୍ତ୍ତା ଦେଉଛନ୍ତି ଶିକ୍ଷକ: Do Not Vote For Illeterate Politician Who Change Names’

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ବର୍ତ୍ତମାନ ଅଣ-ଆନୁଷ୍ଠାନିକ କମ୍ପାନୀ କୁ ଆଲୋଚନା ହେବାରେ ଲାଗିଛି । କିଛି ବର୍ଗର ଲୋକମାନେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏହି ଭିଡିଓରେ ଅନଲାଇନ ମାଧ୍ୟମରେ ଜଣେ ଶିକ୍ଷକ ନିଜର ଦର୍ଶକ ମାନଙ୍କୁ ଅଣଶିକ୍ଷିତ ରାଜନେତାମାନଙ୍କୁ ଭୋଟ ଦେବା ପାଇଁ ମନା କରିଛନ୍ତି । ସେହିପରି ନାମ ପରିବର୍ତ୍ତନ କରୁଥିବା ନେତାଙ୍କୁ ମଧ୍ୟ ଭୋଟ ନ ଦେବା ପାଇଁ ସେ ଅପିଲ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ସାରା ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ସେ କହିଛନ୍ତି ଯେ, ଆସନ୍ତା ଥର ଭୋଟ ଦେବା ବେଳେ କିଛିଟା କଥା ଉପରେ ଧ୍ୟାନ ରଖିବା ପାଇଁ କହିଛନ୍ତି । ତେଣୁ ଜଣେ ଶିକ୍ଷିତ ନେତାଙ୍କୁ ଭୋଟ ଦେଇ ବିଜୟୀ କରାଇଲେ ଏଭଳି ପରିସ୍ଥିତିକୁ ସାମନା କରିବାକୁ ପଡ଼ିବନି ବୋଲି ଭିଡିଓରେ କୁହାଯାଇଛି । ସବୁକିଛି ବୁଝିପାରୁଥିବା ଜଣେ ବ୍ୟକ୍ତିଙ୍କୁ ଭୋଟ ଦେବା ସହ ନିଜ ନିଜର ନିଷ୍ପତ୍ତିକୁ ସଠିକ ସ୍ଥାନରେ ଲଗାଇବା ପାଇଁ ସେ ଭିଡିଓ ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଅପଲୋଡ ହେବା ପରେ କିଛି ବର୍ଗର ଲୋକେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଅଭୟ ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତି ଟ୍ୱିଟର(ଏକ୍ସ)ରେ ଏହି ଭିଡିଓ ଅପଲୋଡ କରିଛନ୍ତି ।

ଏହି ଭିଡିଓରେ କ୍ୟାପ୍ସନ ଲେଖି ଅଭୟ କହିଛନ୍ତି ଯେ, ଏହା ଅନଏକାଡେମୀର ମୋଦୀ ବିରୋଧୀ ଏଜେଣ୍ଡା… ଶିକ୍ଷା ନାମରେ ମୋଦୀ ବିରୋଧୀ ବାର୍ତ୍ତା ଏବଂ ଘୃଣା ଭାବ ଦିଆଯାଉଛି’ । ଏହାର ଶିକ୍ଷକ କରନ୍ ସାଙ୍ଗୱାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅପାଠୁଆ’ କହିବା ସହ ତାଙ୍କୁ ଭୋଟ ନ ଦେବା ପାଇଁ ଭିଡିଓରେ ଅପିଲ କରିଛନ୍ତି । ଏହାପରେ ଅଭୟ କହିଛନ୍ତି ଯେ, ‘ମୋଦୀଙ୍କୁ ଭଲ ପାଉ ନଥିଲେ ଆପଣ ତାଙ୍କୁ ବିରୋଧ କରିପାରନ୍ତି । କିନ୍ତୁ ଶିକ୍ଷା ନାଁରେ ନିଜର ଏକ ଏଜେଣ୍ଡା ଲାଗୁ କରିବା ଉଚିତ୍ ନୁହେଁ’ ।

ଅଭୟଙ୍କ କ୍ୟାପ୍ସନ ଅନୁସାରେ, ଭିଡିଓରେ ବାର୍ତ୍ତା ଦେଉଥିବା ବ୍ୟକ୍ତି/ଶିକ୍ଷକ ଜଣକ ହେଉଛନ୍ତି କରନ୍ ସାଙ୍ଗୱାନ । ଅନଏକାଡେମୀର ଅଫିସିଆଲ ସାଇଟ୍ ରୁ ଜଣାଯାଉଛି ଯେ, ସେ ଲିଗାଲ ପାଠଶାଳା ନାମକ ୟୁଟ୍ୟୁବ ଚାନେଲର ମୁଖ୍ୟ ।

Get real time updates directly on you device, subscribe now.