fbpx

ଘରେ ଧନ ବୃଦ୍ଧି କରିବା ପାଇଁ କରନ୍ତୁ ଏହି ୭ଟି ଉପାୟ

AAKASH

ଓଡିଶା ଭାସ୍କର : ପାର୍ବଣ ଋତୁରେ ଲୋକମାନେ ଘରର ନିଅ ପକାନ୍ତି । ହିନ୍ଦୁ ଧର୍ମରେ ଅଧିକାଂଶ ଲୋକମାନେ ଘର ନିର୍ମାଣ କରିବାବେଳେ ବାସ୍ତୁ ନିୟମକୁ ଧ୍ୟାନରେ ରଖି କରନ୍ତି । ତେବେ ମାନ୍ୟତା ରହିଛି ବାସ୍ତୁ ନିୟମ ପାଳନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଢିଥାଏ । ତେବେ ଅନ୍ୟ ପାଶ୍ୱର୍ରେଘର ବାସ୍ତୁ ନିୟମରେ ନିର୍ମାଣ ହୋଇ ନଥିଲେ ଘରେ ଅନେକ ପ୍ରକାର ସମସ୍ୟା ଆସିଥାଏ । ଘରେ ଧନଧାନ୍ୟ ସୁଖ ସମୃଦ୍ଧି ବଢାଇବା ପାଇଁ ବାସ୍ତୁ ଉପରେ ଧାନ ଦେବା ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଘରେ ଧନର ବୃଦ୍ଧି କିପରି ହେବ ସେଥି ପାଇଁ ବାସ୍ତୁ ଉପାୟ ।

ଘରେ ଶୁଖିଲା ଫୁଲ ରଖିବା ବାସ୍ତୁ ଦୋଷ ବୋଲି କୁହାଯାଏ । ତେଣୁ ଚେଷ୍ଟା କରନ୍ତୁ ଘରେ ଶୁଖିଲା ଫୁଲ କିମ୍ବା କୃତ୍ରିମ ଫୁଲ ରଖନ୍ତୁ ନାହିଁ । ଏହା ଛଡା ଆପଣ ଧନ ବୃଦ୍ଧି ପାଇଁ ଆପଣଙ୍କ ଘରେ ତିଆରି ହେଉଥିବା ପ୍ରଥମ ରୁଟି ଗାଇକୁ ଦିଅନ୍ତୁ । ଘରେ ଗୋଲ ଟେବଲ କିମ୍ବା ଗୋଲ ଆଇନା ରଖନ୍ତୁ ନାହିଁ । ଯଦି ଘରେ କିଛି ଭଙ୍ଗା ଜିନିଷ ଅଛି ତେବେ ତାକୁ ଫିଙ୍ଗି ଦିଅନ୍ତୁ । ଏହାକୁ ଘରେ ରଖିଲେ ନକାରତ୍ମକ ଶକ୍ତି ବଢିଥାଏ । ଘରର ମୁଖ୍ୟ ଦ୍ୱାରରେ ଜଦି ଯଙ୍କ ଲାଗିଛି ତେବେ ଧନ ହାନୀର ସମ୍ଭାବନା ଥାଏ । ତେବେ ଘରର ମୁଖ୍ୟ କବାଟକୁ ସବୁବେଳେ ସଫା ରଖନ୍ତୁ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇଗତି କରୁଛନ୍ତି ତେବେ ଘରର ଆଲମାରୀରେ ମୟୁର ପଙ୍ଖ ଠିଆ କରି ରଖନ୍ତୁ ।

Get real time updates directly on you device, subscribe now.