fbpx

ଅକ୍ଷୟ ତୃତୀୟାରେ କରନ୍ତୁ ଏହିସବୁ ଶୁଭ ମାଙ୍ଗଳିକ କାର୍ଯ୍ୟ, ବହୁ ଗୁଣରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଇଥାଏ । ଚଳିତ ବର୍ଷ ମେ’ ୧୦ ତାରିଖରେ ଅକ୍ଷୟ ତୃତୀୟା ପଡୁଛି । ଦୀପାବଳି ଓ ଧନତେରସ ପରି ଏହିଦିନ ବି ଲୋକମାନେ ସୁନା ରୂପା କିଣିଥାନ୍ତି । ଏହି ତିଥିରେ ସୂର୍ଯ୍ୟ ଓ ଚନ୍ଦ୍ର ନିଜ ଉଚ୍ଚ ରାଶିରେ ଅବସ୍ଥାନ କରିଥାନ୍ତି ।
ଶାସ୍ତ୍ରରେ ଅକ୍ଷୟ ତୃତୀୟା ତିଥିକୁ ସ୍ୱୟଂସିଦ୍ଧ ମୁହୂର୍ତ୍ତ କୁହାଯାଇଛି । ତେଣୁ ଏହିଦିନ ଲୋକମାନେ ଶୁଭ ମାଙ୍ଗଳିକ କାର୍ଯ୍ୟ କରିଥାନ୍ତି । ତେବେ ଅକ୍ଷୟ ତୃତୀୟାର ମହତ୍ତ୍ୱ କେବଳ ଏତିକିରେ ସୀମିତ ରହିନାହିଁ ବରଂ ଅକ୍ଷୟ ତୃତୀୟାକୁ ନେଇ ବହୁ ବିଶେଷ ତଥ୍ୟ ବି ରହିଛି ।

୧-ଅକ୍ଷୟ ତୃତୀୟାରେ କରାଯାଇଥିବା କାମରେ ବହୁ ସଫଳତା ମିଳିଥାଏ । ତେଣୁ ଲୋକମାନେ ଏହିଦିନ ନୂଆ ବ୍ୟବସାୟ ଆରମ୍ଭ କରିବା ଠାରୁ ସୁନା ରୂପା ପର୍ଯ୍ୟନ୍ତ କିଣିଥାନ୍ତି ।
୨-କୁହାଯାଏ ଏହିଦିନ ଆପଣ ଯାହା କାମ କରିବେ ତାହାର ଫଳ ମିଳିବ । ତେଣୁ ଯଦି ଆପଣ ଏହିଦିନ କିଛି ଖରାପ କାର୍ଯ୍ୟ କରିବେ ତେବେ ତାହାର ବି ଫଳ ମିଳିବ । ତେଣୁ ଏହିଦିନ ଆପଣ କିଛି ବି ଭୁଲ୍ କାମ କରନ୍ତୁ ନାହିଁ ।
୩-ଅକ୍ଷୟ ତୃତୀୟା ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମ ହୋଇଥିଲା । ପର୍ଶୁରାମ ଦେବତାଙ୍କ ୨୪ ରୂପରୁ ଷଷ୍ଠ ଅବତାର ବୋଲି ମନେ କରାଯାଏ ।
୪-ଅକ୍ଷୟ ତୃତୀୟା ତିଥିରୁ ହିଁ ସତ୍ୟଯୁଗ, ଦ୍ୱାପରଯୁଗ ଓ ତ୍ରେତୟାଯୁଗର ଆରମ୍ଭର ଗଣନା କରାଯାଇଥାଏ ।
୫-ସୁନା ରୂପା କ୍ରୟ କରିବା ସହିତ ଏହିଦିନ ଦାନ କରିବା ଲାଗି ବି ମହତ୍ତ୍ୱପୂର୍ଣ୍ଣ । ଏହିଦିନକୁ ଭଲ କର୍ମକୁ ସଞ୍ଚିତ କରିବା ଲାଗି ବି ଶ୍ରେଷ୍ଠ ମନେ କରାଯାଏ । ତେଣୁ ଏହିଦିନ ଦାନ, ଧର୍ମ ଓ ସେବା କରି ମାନବ ଧର୍ମ ପାଳନ କରିବା ଉଚିତ ।
୬-ଅକ୍ଷୟ ତୃତୀୟା ଦିନ ଯଦି ରୋହିଣୀ ନକ୍ଷତ୍ର ପଡୁଛି ତେବେ ଏହି ଦିନର ମହତ୍ତ୍ୱ ହଜାର ଗୁଣ ବଢିଯାଇଥାଏ । ଏଥର ଅକ୍ଷୟ ତୃତୀୟା ଦିନ ସକାଳ ୧୦ଘ.୪୭ମି.ରୁ ରୋହିଣୀ ନକ୍ଷତ୍ର ରହିବ ।

Get real time updates directly on you device, subscribe now.