fbpx
BJD
BJD SKY
BJD SKY

ଶ୍ରାଦ୍ଧ ସମୟରେ ପିତୃପୁରୁଷଙ୍କ ଶାନ୍ତି ପାଇଁ କରନ୍ତୁ ଏହି ସବୁ କାମ : ଏଭଳି ଖାଇବାକୁ ଦିଅନ୍ତୁ ନିଜର ପୂର୍ବଜଙ୍କୁ 

BJD

ଭଦ୍ରାପଦ ମାସର ପୂର୍ଣ୍ଣିମା ଠାରୁ ଅଶ୍ୱିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷର ସମୟ ଅଟେ । ଏହି ସମୟରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦାନ ତଥା ଶ୍ରାଦ୍ଧ ପ୍ରଦର୍ଶନ କରାଯାଏ, ପିତୃପୁରୁଷମାନେ ପରିବାରର ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ ଦିଅନ୍ତି । ଆଚାର୍ଯ୍ୟ ଗୌତମ ଚାତୁର୍ବେଦୀ ପିତୃପକ୍ଷର ମାହତ୍ତ୍ୱ ବର୍ଣ୍ଣନା କରି କହିଛନ୍ତି ସନାତନ ଧର୍ମ ଅନୁଯାୟୀ, ଶାସ୍ତ୍ରରେ ଏହା ବିଶ୍ୱାସ କରାଯାଏ ଯେ, ପିତୃପକ୍ଷ ସମୟରେ ପିଣ୍ଡ ଦାନ ଏବଂ ତର୍ପଣ ଅର୍ପଣ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ।

ଶ୍ରାଦ୍ଧ କରିବାର ସଠିକ ଉପାୟ : 

ପିତୃପକ୍ଷ ସମୟରେ ପୂର୍ବପୁରୁଷ ମାନଙ୍କୁ ସମ୍ମାନର ସହିତ ସ୍ମରଣ କରିବାକୁ ଶ୍ରାଦ୍ଧ କୁହାଯାଏ । ପିତୃପୁରୁଷଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ପ୍ରକାଶ କରିବାର ଏହା ଏକ ଉପାୟ ଅଟେ । ଶ୍ରାଦ୍ଧ ସମୟରେ ସକାଳେ ଗାଧୋଇବା ପରେ ହାତରେ ପାଣି, କୁଶ, ଅକ୍ଷତ, ତେଲ ଇତ୍ୟାଦି ପିତୃପୁରୁଷଙ୍କୁ ଅର୍ପଣ କରିବାକୁ ତର୍ପଣ କୁହାଯାଏ । ଏହା ପରେ ହାତ ଯୋଡି ପିତୃପୁରୁଷଙ୍କୁ ଧ୍ୟାନ କରି ସେମାନଙ୍କୁ ନିମନ୍ତ୍ରଣ କରି ଜଳ ନେବାକୁ ପ୍ରାର୍ଥନା କରାଯାଏ । ବିଶ୍ୱାସ କରାଯାଏ ଯେ, ତର୍ପଣ ଅର୍ପଣ କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ଏହା ବ୍ୟତୀତ ତାଙ୍କର ଆଶୀର୍ବାଦ ପରିବାରର ସମସ୍ତ ସଦସ୍ୟଙ୍କୁ ମିଳିଥାଏ । ଏହା ପରେ, ଜଣେ ନିଜର ପିତୃପୁରୁଷଙ୍କୁ ସ୍ମରଣ ସେମାନଙ୍କୁ ପ୍ରଣାମ କରିବା ଦରକାର ଏବଂ ସେମାନଙ୍କର ଗୁଣଗୁଡ଼ିକୁ ମନେ ପକାଇବା ଉଚିତ ।

ପିଣ୍ଡଦାନରେ କ’ନ ଦେବା ଉଚିତ : 

ପିଣ୍ଡ ଦାନ ଅର୍ଥ ହେଉଛି ପିତୃପୁରୁଷଙ୍କୁ ଖାଦ୍ୟ ଦାନ କରିବା । ବିଶ୍ୱାସ କରାଯାଏ ଯେ, ପିତୃପକ୍ଷ ସମୟରେ ଆମର ପୂର୍ବପୁରୁଷମାନେ ଗାଇ, କୁକୁର, କୂଆ, ପିମ୍ପୁଡିଯ କିମ୍ବା ଦେବତା ରୂପରେ ଆସନ୍ତି ଖାଦ୍ୟ ଗ୍ରହଣ କରନ୍ତି । ତେଣୁ ପିତୃପକ୍ଷ ସମୟରେ ଖାଦ୍ୟର ପାଞ୍ଚ ଭାଗ ବାହାର କରିବାର ପରମ୍ପରା ରହିଛି । ପିଣ୍ଡ ଦାନ ସମୟରେ ଚାଉଳରେ ଗୋଲାକାର ଆକାରରେ ପିଣ୍ଡ ତିଆରି କରାଯାଏ । ସେଥିପାଇଁ ଏହାକୁ ପିଣ୍ଡ ଦାନ ବୋଲି କୁହାଯାଏ ।

Get real time updates directly on you device, subscribe now.