fbpx

(Video) ଜାଣିଛନ୍ତି କି ମୋହନ ମାଝୀଙ୍କର କେତେ ରହିଛି ସମ୍ପତ୍ତି? ଏତିକି କୋଟି ଟଙ୍କାର ମାଲିକ ହେଉଛନ୍ତି…

Advertisement

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ମୋହନ ମାଝୀ । ଗୁରୁଜିରୁ ହୋଇଥିଲେ ସରପଞ୍ଚ ଏହା ପରେ ବିଧାୟକ ଥିଲେ । ଆଉ ଏବେ ଓଡିଶାର ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ଆଉ କିଛି ଘଣ୍ଟାର ଅପେକ୍ଷା ପରେ ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ନାଁ ଘୋଷଣା ପରେ ପରିବାର ଲୋକେ ଏବଂ ମୋହନ ମାଝୀ ଭାବବିହୋଲ ହୋଇପଡିଥିଲେ । ଏନେଇ ତାଙ୍କ ବାସଭବନରେ ଦେଖିବାକୁ ମିଳିଛି ସେଲିବ୍ରେସନର ମାହୋଲ ।

ପରିବାର ଲୋକେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଥିଲେ । ଏବେ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥି ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସି ମୋହନ ମାଝୀ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୋହନ ମାଝୀଙ୍କ ପତ୍ନୀ ହେଉଛନ୍ତି ଜଣେ ହୋମିଓପାଥୀ ଡାକ୍ତର । ସେ ଦୀର୍ଘ ଦିନ ଧରି ସେ ସେବା ଯୋଗାଇବା ପରେ ଏବେ ଚାକିରୀ ଛାଡିଛନ୍ତି । ହଠାତ୍ ସ୍ୱାମୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପରେ ଖୁସିପାଦ ତଳେ ଲାଗୁନି । ଏହା ସହ ଭାବ ବିହୋଲ ହୋଇ କହିଛନ୍ତି ମୁଁ ଭାବିଥିଲି ମନ୍ତ୍ରୀ ହେବେ କିନ୍ତୁ ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ମୋହନ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି । ମୁଁ ତାଙ୍କ ପତ୍ନୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ ମଧ୍ୟ କରୁଛି ।

ନୂଆ ମୁଖ୍ୟମନ୍ତ୍ରୀ ପାଇଥିବାରୁ ଓଡ଼ିଶାବାସୀ ମଧ୍ୟ ବହୁତ ଖୁସି ଅଛନ୍ତି । ଲୋକମାନଙ୍କ ସେବା କରିବା ପାଇଁ ତାଙ୍କୁ ବଛାଯାଇଛି । ଆଜି ବିଧିବଦ୍ଧ ଭାବେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ଭବ୍ୟ ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବୟସ ୫୩ବର୍ଷ । ସେ କେନ୍ଦୁଝର ଆସନରୁ ୨୦୦୦ ମସିହାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି । ଏବେ ମୋହନ ମାଝୀଙ୍କ ମୁଣ୍ଡରେ ସିଏମ୍ ମୁକୁଟ । ତେବେ ଟିକେ ନଜର ପକାନ୍ତୁ ମୋହନ ମାଝୀଙ୍କର କେତେ ରହିଛି ସମ୍ପତ୍ତି । ମୋହନମାଝୀଙ୍କ ସତ୍ୟପାଠ ଅନୁସାରେ ତାଙ୍କର ସମ୍ପତ୍ତି ରହିଛି ୧କୋଟି ୯୭ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ରହିଛି । ତେବେ ଏଥିରେ ମୋହନଙ୍କ ପତ୍ନୀଙ୍କର ମଧ୍ୟ ସମ୍ପତ୍ତି ରହିଛି । ତାଙ୍କର ଆବାକାସିକ ଘର ଖଣ୍ଡିଏ ନାହାଁ ବୋଲି ଜଣାପଡିଛି । ରାଜଧାନୀ ଭୁବନେଶ୍ୱର ବି ତାଙ୍କର ଏକ ଘରଟିଏ ନାହିଁ । ତାଙ୍କ ମୁଣ୍ଡରେ ମୋହନ ମାଝୀଙ୍କର ରହିଛି ୯୫ ଲକ୍ଷ ଟଙ୍କାରୁ ଋଣ ରହିଛି । ଖାଲି ତାଙ୍କ ପତ୍ନୀଙ୍କ ନାମରେ ଗୋଟିଏ ପେଟ୍ରୋଲ ପମ୍ପ ରହିଥିବା ଜଣାପଡିଛି ।

 

Get real time updates directly on you device, subscribe now.