fbpx

SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଡାକ୍ତର; ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ହୋଇଥିଲା ଅଭିଯୋଗ

କଟକ: (ଓଡ଼ିଶା ଭାସ୍କର) SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ । କାର୍ଡିଓଲୋଜି ବିଭାଗର ସଂପୃକ୍ତ ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ବିରୋଧରେ ଏପରି ସଙ୍ଗୀନ୍ ଅଭିଯୋଗ ଆଣିଥିଲେ । ଚିକିତ୍ସା ବାହାନାରେ ଡାକ୍ତର ଜଣଙ୍କ ରୋଗୀଙ୍କୁ ଦୁଷ୍କର୍ମ କରିବା ସବୁଠୁ ଲଜ୍ୟାର ବିଷୟ । କାହିଁକିନା ଡାକ୍ତରଙ୍କୁ ଦ୍ୱୀତିୟ ଭଗବାନଙ୍କ ଦରଜା ଦିଆଯାଇଥାଏ । ତେବେ ଆଗାମୀ ଦିନରେ ଲୋକ ଡାକ୍ତରଙ୍କ ନିକଟକୁ ଯିବାକୁ ଡରିବେ । କାହାକୁ ବିଶ୍ୱାସ କରିବେ । ଯିଏ ଲୋକଙ୍କ ନିଶ୍ୱାସ ଫେରେଇଦିଏ ସିଏ ଏପରି କରିଲେ ଲୋକେ କାହାକୁ ବିଶ୍ୱାସ କରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ।

Get real time updates directly on you device, subscribe now.