ଟେଷ୍ଟ କ୍ରିକେଟରୁ Retirement ନେଲେ ରାହୁଲ? ମ୍ୟାଚ୍ ପରେ କଲେ ଏମିତି କାମ, କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୮ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ନୁ୍ୟଜିଲାଣ୍ଡ ସିରିଜରେ ୧-୦ ରେ ଅଗ୍ରଣୀ ହୋଇଛି । ତେବେ ଏହି ମ୍ୟାଚର ଉଭୟ ଇନିଂସରେ ବ୍ୟାଟିଂରେ ଫେଲ ମାରିଛନ୍ତି ଭାରତର ଷ୍ଟାର କ୍ରିକେଟର କେ.ଏଲ ରାହୁଲ । ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୨ ରନ୍ କରି ରାହୁଲ ଆଉଟ ହୋଇଥିଲେ । ତେବେ ମ୍ୟାଚ ପରେ ବର୍ତ୍ତମାନ ରାହୁଲଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ କୁହାଯାଉଛି ଯେ, ଏହି ମ୍ୟାଚ୍ ରାହୁଲଙ୍କ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ ଥିଲା । ଖୁବଶୀଘ୍ର ଟେଷତଟ କ୍ରିକେଟରୁ ଅବସର ଘୋଷଣା କରିବେ କେ.ଏଲ ରାହୁଲ ।

ବେଙ୍ଗଲୁରୁରେ ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ହାରିବା ପରେ କେ.ଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକ ନିରାଶ ହୋଇଛନ୍ତି । ତେବେ ମ୍ୟାଚ ପରେ ସୋସିଆଲ ମିଡିଆରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହେଉଛି । ମ୍ୟାଚ୍ ହାରିବା ପରେ ଉଭୟ ଦଳ ପାଭିଲିୟନ ଫେରିବା ବେଳେ ରାହୁଲ ବେଙ୍ଗଲୁରୁ ପିଚ୍ ମାଟିକୁ ଛିଁଥିବାର ଦେଖିବାକୁ ମିଳିଛି । ପାଭିଲିୟନକୁ ଫେରିବା ପୂର୍ବରୁ ରାହୁଲ ବେଙ୍ଗଲୁରୁ ପିଚ କୁ ଛଇଁ ଏହାକୁ ପ୍ରଣାମ କରିଥିବା ଭିଡିଓରେ ଦେଖାଯାଇଛି । ଏହି ସମୟରେ ସେ ସାମାନ୍ୟ ଇମୋସନାଲ ଥିବା ମଧ୍ୟ ମନେ ହେଉଥିଲା । ଯାହାକୁ ଦେଖି ଫ୍ୟାନ୍ସଙ୍କ ମନରେ ଏକବଡ଼ ପ୍ରଶ୍ନ ଉଠିଛି । ନୁ୍ୟଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍ ରାହୁଲଙ୍କ କ୍ୟାରିୟରର ଶେଷ ଟେଷ୍ଟ ବୋଲି ଆଲୋଚନା ଆରମ୍ଭ ହୋଇଛି । ଏହି ମ୍ୟାଚ ପରେ ରାହୁଲ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ବଡ଼ ପାଳି ଖେଳିବାରେ ସଫଳ ହୋଇନାହାନ୍ତି କେ.ଏଲ ରାହୁଲ । ପ୍ରଥମ ଇନିଂସରେ ୬ଟି ବଲ୍ ଖେଳି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ମାତ୍ର ୧୨ ରନ୍ କରିପାରିଥିଲେ । ସରଫରାଜ ଖାନ୍ ଏବଂ ଋଷଙ ପନ୍ତଙ୍କ ଦମଦାର ଭାଗିଦାରୀ ପରେ ରାହୁଲଙ୍କ ବ୍ୟାଟରୁ ମଧ୍ୟ ଏକ ଚମକôାର ଇନିଂସ ଆଶା ରଖିଥିଲେ ଭାରତୀୟ ଫ୍ୟାନ୍ସ । କିନ୍ତୁ ଏଥିରେ ରାହୁଲ ଫେଲ ମାରିଥିଲେ ।ଏହାପରେ ତାଙ୍କର ଏହି ଭିଡିଓ ଅବସର ଚର୍ଚ୍ଚାକୁ ଆହୁରି ବୃଦ୍ଧି କରିଛି । ତେବେ ଅବସର ନେଇ ରାହୁଲ କିମ୍ବା ଟିମ ଇଣ୍ଡିଆ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।