ପିଲା ଜନ୍ମ ପରେ କମୁଛି କି ସୌନ୍ଦର୍ଯ୍ୟତା, ଆପଣାନ୍ତୁ ଏହି ଟିପ୍ସ
ଆପଣଙ୍କ କ୍ଷେତ୍ରରେ ଏପରି ଘଟିଛି କି? ପିଲା ଜନ୍ମ ପରେ ଫିକା ପଡ଼ିଯାଉଛି କି ସୌନ୍ଦର୍ଯ୍ୟତା। ଚୁଟକିରେ ଏହି ଚିନ୍ତାକୁ କରନ୍ତୁ ବାଏ ବାଏ।
ଓଡ଼ିଶା ଭାସ୍କର: ଅନେକ ସମୟରେ ବିଶେଷ କରି ମହିଳା ମାନେ ସେମାନଙ୍କ ସୌନ୍ଦର୍ଯ୍ୟକୁ ନେଇ ଚିନ୍ତିତ ଥାନ୍ତି। ଅଧିକାଂଶ ମହିଳା ପିଲା କରିବାକୁ ରାଜି ହୁଅନ୍ତିନି। ଆଉ ସେଥିପାଇଁ ମୁଖ୍ୟ କାରଣ ହେଉଛି ସେମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ।
କ’ଣ ଆପଣଙ୍କ କ୍ଷେତ୍ରରେ ବି ଏପରି ହେଉଛି କି। ପିଲା ଜନ୍ମ ହେବା ପରେ ଆପଣଙ୍କ ସୌନ୍ଦର୍ଯ୍ୟ କମି ଯାଉଛି କି? ତାହାଲେ ଆପଣାନ୍ତୁ ଏହି ସବୁ ଟିପ୍ସ। ଦେଖନ୍ତୁ ଚୁଟକିରେ ପଳେଇବ ସବୁ ଟେନସନ। ଫେରି ଆସିବ ପୂର୍ବ ସୌନ୍ଦର୍ଯ୍ୟତା।
କମୁଛି କି ସୌନ୍ଦର୍ଯ୍ୟତା: ମହିଳାମାନଙ୍କ କ୍ଷେତ୍ରରେ ସୌନ୍ଦର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ହେଲେ ସବୁଦିନ ସୌନ୍ଦର୍ଯ୍ୟତା ବଜାୟ ରଖିବା ପାଇଁ ହେଲେ ଖାଦ୍ୟପେୟ ଠାରୁ ଆରମ୍ଭ କରି ନିଜର ଯତ୍ନ ନେବା ମଧ୍ୟ ବିଶେଷ ଆବଶ୍ୟକ।
ବିଶେଷ କରି ଭାରତୀୟ ମହିଳାମାନେ ଅତ୍ୟଧିକ ଭାବେ ଘର କାମରେ ବ୍ୟସ୍ତ ରହି ଶାରୀରିକ ପରିଶ୍ରମ କରନ୍ତି, ଯାହା ଫଳରେ ସେମାନେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ବିଷୟ ଭୁଲିଯାନ୍ତି।
ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ସୌନ୍ଦର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ବିବାହିତ ମହିଳା ମାନେ ନିଜ ସ୍ୱାମୀ, ପିଲା ଓ ଘରଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ନିଜ ସୌନ୍ଦର୍ଯ୍ୟକୁ ଅଣଦେଖା କରିଥାନ୍ତି।
ପିଲା ଜନ୍ମ ପରେ ସୌନ୍ଦର୍ଯ୍ୟତା କମେ: ସାଧାରଣତଃ ଆମ ଦେଶରେ ଶିଶୁ ଜନ୍ମ ପରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ହାନି ହୋଇଥାଏ। ଅନେକ ଜଣ ଏହା ମଧ୍ୟ ଭାବି ଦିଅନ୍ତି ଯେ ଏହା ଏକ ପ୍ରାକୃତିକ ପ୍ରଭାବ ତେଣୁ କିଛି କରିହେବ ନାହିଁ।
ଦିଓ ପିଲା ଜନ୍ମ ହେବା ପରେ ଜଣେ ମହିଳା ପ୍ରାକୃତିକ ପ୍ରଭାବର ଶିକାର ହୋଇଥାନ୍ତି। କିନ୍ତୁ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହାକୁ ଦୂର କରିବା ଲାଗି ମଧ୍ୟ ଉପାୟ ରହିଛି।
ବିଶ୍ରାମ ନେବା: ଆପଣଙ୍କ ପିଲା ଶୋଇବା ସମୟରେ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ଏବଂ ପିଲା ବଡ ହେବା ପର୍ଯ୍ୟନ୍ତ ବିଶେଷ ଅତିଥିଙ୍କୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ। କାରଣ ଘର ଗହଳି ହେଲେ ପିଲା ଶୋଇ ପାରିବ ନାହିଁ। ଆପଣ ବି ଠିକ୍ ଭାବରେ ବିଶ୍ରାମ ନେଇପାରିବେ ନାହିଁ।
ଖାଦ୍ୟ: ପିଲା ଜନ୍ମ ହେବା ପରଠାରୁ ଶସ୍ୟ,ଫଳ, ପନିପରିବା ଏବଂ ପ୍ରୋଟିନ୍ ସହିତ ସନ୍ତୁଳା ଜାତୀୟ ଖାଦ୍ୟ ଖାଆନ୍ତୁ। ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି ତାହାଲେ ଅଧିକ ପରିମାଣରେ ଖାଦ୍ୟ ଖାଆନ୍ତୁ। ଏବଂ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପ୍ରସବ ପରେ ତିନି ମାସ ପର୍ଯ୍ୟନ୍ତ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ୍ ଖାଇବା ଜାରି ରଖନ୍ତୁ।
ଚା ଓ କଫି ପିଅନ୍ତୁ ନାହିଁ: ଗବେଷଣାରୁ ଜଣାପଡିଛି ଯେ ଯେଉଁ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ସେ ପର୍ଯ୍ୟନ୍ତ ଚା, କଫି କିମ୍ବା କ୍ୟାଫିନ୍ ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ।
କାରଣ ଏହା ଆପଣଙ୍କ ଶିଶୁ ଉପରେ କୁପ୍ରଭାବ ପକାଇପାରେ ଓ ପରିସ୍ରା ମାଧ୍ୟମରେ ଦେହରୁ ଅନବରତ ତରଳ ପଦାର୍ଥ ନିର୍ଗତ ହୋଇପାରେ। ଏହା ଫଳରେ ଦେହ ଶୁଷ୍କ ହେବା ସହ ସୌନ୍ଦର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।
ପୋଷଣ ନିୟନ୍ତ୍ରଣ: ଆପଣ ସମୟ ସମୟରେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ଆବଶ୍ୟକ ଓ ଅତ୍ୟଧିକ ଢିଲା କିମ୍ବା ଅତ୍ୟଧିକ ଟାଇଟ ପୋଷାକ ଅର୍ଥାତ ଯେଉଁ ପୋଷାକ ପିନ୍ଧିବାକୁ କମ୍ଫର୍ଟେବଲ ସେହି ପୋଷାକ ପିନ୍ଧନ୍ତୁ।
କୋଷ୍ଠକାଠିନ୍ୟ: ଫାଇବର ଯୁକ୍ତ ଖାଦ୍ୟ ଯଥା ଫଳ, ପନିପରିବା ଏବଂ ଶସ୍ୟ ଖାଆନ୍ତୁ। ଯଦି କୋଷ୍ଠକାଠିନ୍ୟ ସମସ୍ୟା ହେଉଛି, ଡାକ୍ତରଙ୍କୁ ଦେଖାନ୍ତୁ।
ପ୍ରସବ ପରବର୍ତ୍ତୀ ସମସ୍ୟା: ପ୍ରସବ ପରବର୍ତ୍ତୀ ମାନସିକ ସମସ୍ୟା ସାଧାରଣତଃ ପିଲା ହେବାର ଦୁଇ ସପ୍ତାହ ମଧ୍ୟରେ ଆପେ ସମାଧାନ ହୋଇଯାଏ। ଯଦି ଆପଣଙ୍କର ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏଭଳି ଅବସାଦଜନିତ ଲକ୍ଷଣ ଅଛି, କିମ୍ବା ଆପଣ ନିଜକୁ କିମ୍ବା ଆପଣଙ୍କ ଶିଶୁକୁ କ୍ଷତି ପହଞ୍ଚାଇବାର ଚିନ୍ତା କରୁଛନ୍ତି ତେବେ ଡାକ୍ତରୀ ସହାୟତା ନିଅନ୍ତୁ।