fbpx
BJD SKY
BJD SKY

(Video) ‘କୁକୁରଙ୍କର ଅଜୟ ଦେବଗନ୍..’: ଆକ୍ସନ ଷ୍ଟାରଙ୍କ ଷ୍ଟାଇଲରେ ଏଣ୍ଟ୍ରି କଲା କୁକୁର

BJD

ମୁମ୍ବାଇ: ବଲିଉଡ ଦୁନିଆର ଆକ୍ସନ ଷ୍ଟାର ଅଜୟ ଦେବଗନ ସଫଳ ଅଭିନେତାମାନଙ୍କ ଭିତରୁ ଜଣେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଫୁଲ ଔର କାଣ୍ଟେ’ରେ ସେ ଦୁଇଟି ବାଇକରେ ଠିଆ ହୋଇ ଏଣ୍ଟ୍ରି କରିଥିଲେ । ଯାହାକୁ ସାରା ସିନେପ୍ରେମୀ ପସନ୍ଦ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଲୋକଙ୍କ ମନରେ ଛାପ ହୋଇ ରହିଛି । ତେବେ ଅଜୟଙ୍କ ଏହି ଷ୍ଟାଇଲ ବର୍ତ୍ତମାନ କପି ହୋଇଯାଇଛି । ସିଂଘମ ଷ୍ଟାରଙ୍କ ଷ୍ଟାଇଲରେ ଏଣ୍ଟ୍ରି କରିଛି ଗୋଟିଏ କୁକୁର । ଦୁଇଟି ମଇଁଷିଙ୍କ ଉପରେ ଠିଆ ହୋଇ ଆସୁଥିବା ରାସ୍ତାରେ ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯେଉଁଥିରେ ଦୁଇଟି ମଇଁଷିଙ୍କୁ ରାସ୍ତାରେ ଯାଉଥିବାର ଦେଖାଯାଉଛି । କିନ୍ତୁ ଏହି ଭିଡିଓକୁ ସବୁଠୁ ମଜାଦାର କରିଛି ଆଉ ଏକ ଘଟଣା । ଏହି ଦୁଇ ମଣିଷଙ୍କ ପିଠିରେ ଗୋଟିଏ କୁକୁର ଠିଆ ହୋଇଥିବାର ଭିଡିଓରେ ଦେଖାଯାଇଛି । ଦୁଇ ମଇଁଷି ଏକା ସାଙ୍ଗରେ ଚାଲୁଥିବା ବେଳେ କୁକୁରଟି ସେମାନଙ୍କ ପିଠିରେ ଆରାମରେ ଠିଆ ହୋଇଛି । ତେବେ ଏହାକୁ ଦେଖିବା ପରେ ୟୁଜରମାନଙ୍କୁ ଅଜୟ ଦେବଗନଙ୍କ ସେହି ପୁରୁଣା ଷ୍ଟାଇଲ ମନେ ପଡିଯାଇଛି । ଏହାକୁ ଦେଖି ଯେ କେହି ବି ଅବାକ୍ ହୋଇଯିବ ।

ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ହଜାର ହଜାର ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ତେବେ କିଛି ଲୋକ ଭିଡିଓର ବିଶେଷ ଆକର୍ଷଣ କୁକୁର ବୋଲି କହିଥିବା ବେଳେ କିଛି ଲୋକ ଏହାକୁ ‘କୁକୁରମାନଙ୍କ ଅଜୟ ଦେବଗନ’ ବୋଲି କହିଛନ୍ତି । କୁକୁରର ଏହି ଷ୍ଟଣ୍ଟକୁ ଦେଖି ଲୋକେ ଅବାକ୍ ହୋଇ ଯାଇଛନ୍ତି ।

Get real time updates directly on you device, subscribe now.