fbpx
BSKY
BJD MC SKY
BJD YOUTH SKY

ତାପମାତ୍ର ବୃଦ୍ଧି ପାଇଲେ ଘରୋଇ ହିଂସା ବଢ଼ୁଛି: ଲୋକଙ୍କର ମାନସିକ ଚିନ୍ତା ବଢ଼ିଯାଉଛି, ଭାରତକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ

ନୂଆଦିଲ୍ଲୀ: ପ୍ରାକୃତିକ ସମ୍ପଦ ନଷ୍ଟ ହେବା ଫଳରେ ତା’ର ପ୍ରଭାବ ମଣିଷ ସମାଜ ଉପରେ ପଡ଼ୁଛି । ଜଳବାୟୁରେ ପରିବର୍ତ୍ତନ କାରଣରୁ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟୁଛି । ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଟପିଯାଇଥିଲା । ତେବେ ତାପମାତ୍ରାରେ ଏହି ବୃଦ୍ଧି ଘଟିବା ଫଳରେ ଭାରତ ଭଳି କିଛି ଦେଶରେ ଘରୋଇ ହିଂସା ବଢ଼ୁଛି । ଆମେରିକାର ଜେଏଏମଏ ସାଇକାଟ୍ରି ପତ୍ରିକାରେ ଏହା ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶିତ ହୋଇଛି ।

ତାପମାତ୍ରା ବୃଦ୍ଧିର ପ୍ରଭାବ ମଣିଷର ଦାମ୍ପତ୍ତ୍ୟ ଜୀବନ ଉପରେ ପଡ଼ୁଛି । ବିଶ୍ୱରେ ଯଦି ବର୍ଷକୁ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼େ ତେବେ ୪.୫ ପ୍ରତିଶତ ଇଣ୍ଟିମେଟ ପାର୍ଟନର ଭିଓଲେନ୍ସ (ଆଇପିଭି) ବୃଦ୍ଧି ପାଉଥିବା ଗବେଷଣାରୁ ଜଣାପଡ଼ିଛି । ଏକବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଭାରତ, ପାକିସ୍ତାନ, ନେପାଳ ଆଦି ଦେଶରେ ପାରିବାରିକ ହିଂସା ୨୧ ପ୍ରତିଶତ ବଢ଼ିବ । ଭାରତରେ ଏହି ରାଷ୍ଟ୍ରଙ୍କ ଅପେକ୍ଷା ସର୍ବାଧିକ ୨୩.୫ ପ୍ରତିଶତ ଆଇପିଭି ଘଟିବ ବୋଲି କୁହାଯାଇଛି ।

ତେବେ ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଅଧିକ ଘରୋଇ ହିଂସା ମାମଲା ଦେଖାଯିବାର କାରଣ ହେଉଛି ଗ୍ରୀଷ୍ମ ପ୍ରବାହ । ୨୦୧୦ରୁ ୨୦୧୮ ମଧ୍ୟରେ ମହିଳାଙ୍କ ଉପରେ ହୋଇଥିବା ଶାରୀରିକ ଓ ଯୌନ ହିଂସାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିରେ ୧୫ରୁ ୪୯ ବର୍ଷର ପାଖାପାଖି ୧ ଲକ୍ଷ ୯୫ ହଜାର ଯୁବତୀ ଓ ମହିଳାଙ୍କୁ ସାମିଲ କରାଯାଇଥିଲା । ବିଶ୍ୱରେ ୧ ଡିଗ୍ରୀ ତାପମାତ୍ରା ବଢ଼ିଲେ ଦକ୍ଷିଣ ଏସୀୟ ଦେଶରେ ୬.୩ ପ୍ରତିଶତରୁ ଅଧିକ ଶାରୀରିକ ଓ ଯୌନ ହିଂସା ଘଟୁଛି । ତାପମାତ୍ରା ବୃଦ୍ଧି ଘଟିଲେ ଫସଲ ନଷ୍ଟ ହୁଏ । ତେଣୁ କୃଷକ ଘରେ ବସି ରହିବା ଫଳରେ ଚିନ୍ତାଗ୍ରସ୍ତ ହୋଇପଡ଼େ । ଏହି କାରଣରୁ ଘରୋଇ ହିଂସା ଘଟିଥାଏ । ତେବେ ତାପମାତ୍ରା ବୃଦ୍ଧି ଲୋକଙ୍କର ମାନସିକ ଚିନ୍ତାକୁ ବୃଦ୍ଧି କରୁଥିବା କୁହାଯାଇଛି ।

Get real time updates directly on you device, subscribe now.