fbpx

ଗାଜର ଭାବି ୨ କୋଟିର କାରକୁ ଚୋବାଇଲା ଗଧ, ଆଉ ତା’ପରେ….

ଏ ଦୁନିଆଁରେ ଏପରି କିଛି ଘଟଣା ଘଟିଥାଏ, ଯାହା ଶୁଣିବାକୁ କୌତୁହଳପୂର୍ଣ୍ଣ ଲାଗୁଥିଲେ ମଧ୍ୟ ଅସଲରେ ଏହାଦ୍ୱାରା ବହୁତ କିଛି କ୍ଷତି ହୋଇଥାଏ । ଏପରି ଏକ ଘଟଣା ଘଟିଛି ଜର୍ମାନୀରେ । ଜର୍ମାନୀରେ ଜଣେ ବ୍ୟକ୍ତି ଗଧକୁ ନିଜର ସଉକ ପାଇଁ ରଖିଥିଲେ । ତେବେ ତାଙ୍କର ଏହି ସଉକର ଫଳସ୍ୱରୂପ ଲକ୍ଷାଧିକ ଟଙ୍କା ବର୍ବାଦ ହୋଇଛି ।

ଏକ ଛୋଟ ପାର୍କରେ ଜଣେ ବ୍ୟକ୍ତି ୨ କୋଟି ଟଙ୍କାର ଏକ ଅରେଞ୍ଜ କଲରର କାର ରଖିଥିଲେ । ଏହି ସମୟରେ ଗଧଟି ଘାସ ଚରିଚରି କାର ନିକଟରେ ପହଞ୍ଚି ଯାଇଥିଲା । ଗଧଟିକୁ ବହୁତ ଭୋକ ଲାଗୁଥିବାରୁ ସେ ଗାଜର ଭାବି କାରଟିକୁ ଚୋବାଇ ଦେଇଥିଲା । ଏହାପରେ ଯେତେବେଳେ ଘଟଣାସ୍ଥଳରେ କାର ମାଲିକ ପହଞ୍ଚିଥିଲେ ସେ ଦେଖନ୍ତି ତ ତାଙ୍କର ଦାମି ସ୍ପୋର୍ଟ୍ସ କାରକୁ ଗଧଟି ନଷ୍ଟ କରିଦେଇଛି । ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ଦାୟର ହେବା ସହ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ରାୟ ଦେଇଥିଲେ ଯେ, ଗଧର ମାଲିକ କାର ମାଲିକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ସ୍ୱରୂପ ପ୍ରଦାନ କରିବେ । ତେବେ କାରର ରଙ୍ଗ କାରଣରୁ ଗଧଟିର ମତିଭ୍ରମ ହୋଇଥିଲା । ତେଣୁ ଗଧଟି ଗାଜର ଭାବି ଗାଡ଼ିଟିକୁ ଖାଇବାକୁ ଉଦ୍ୟମ କରିଥିଲା ବୋଲି ପୋଲିସ ସୂଚନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.