fbpx
BSKY
BJD SHG SKY
BJD YOUTH SKY

ପ୍ରତିଜ୍ଞା ଭୁଲିବନି ହାର୍ଦ୍ଦିକ, ନଚେତ୍… ଷ୍ଟାର ଅଲରାଉଣ୍ଡରଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦୁନିଆର ଫାଷ୍ଟ ବୋଲିଂ ଅଲରାଉଣ୍ଡର ତାଲିକାରେ ଖୁବ ଆଗରେ ରହିଛନ୍ତି । ଅନେକ ସମୟରେ ଦଳକୁ ନିଜ ଅଲରାଉଣ୍ଡର ଭୂମିକାରେ ସେ ବିଜୟୀ କରାଇଛନ୍ତି । କିନ୍ତୁ ଅଧିକାଂଶ ସମୟରେ ସେ ଆହତ ରହୁଥିବା ମଧ୍ୟ ଦେଖାଯାଉଛି । ଗତ ଦିନିକିଆ ବିଶ୍ୱକପରେ ଆହତ ହୋଇଥିବା ହାର୍ଦ୍ଦିକ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିଛନ୍ତି । ତେବେ ୨୮ ତାରିଖରେ ବିସିସିଆଇ ଜାରି କରିଥିବା କଣ୍ଟ୍ରାକ୍ଟରେ ଅନ୍ୟ କେଳାଳିମାନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ସାମିଲ ରହିଛି । ଯାହାକୁ ନେଇ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଯାଇଛି ।

ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିବା ପରଠାରୁ ଏହାକୁ ନେଇ ଆଲୋଚନା ହେବାରେ ଲାଗିଛି । ବିଶେଷ କରି ଶ୍ରେୟସ ଆୟର, ଇଶାନ କିଶାନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଖୁବ ଆଲୋଚନା ହେଉଛି । ଶ୍ରେୟସ ଏବଂ ଇଶାନ ଏହି ତାଲିକାରେ ସାମିଲ ହୋଇ ନଥିବା ବେଳେ ହାର୍ଦ୍ଦିକ କିପରି ଏ ଗ୍ରେଡରେ ସ୍ଥାନ ପାଇଛନ୍ତି, ଏହାକୁ ନେଇ ପ୍ରଶ୍ନ ଉଠିଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବାଦ୍ ପଡ଼ିବେ ତେବେ ଘରୋଇ କ୍ରିକେଟରେ ନିଶ୍ଚୟ ଭାଗ ନେବେ ବୋଲି ହାର୍ଦ୍ଦିକ ବୋର୍ଡକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକାରୀ ଜଣକ କହିଛନ୍ତି ଯେ, ହାର୍ଦ୍ଦିକଙ୍କ ସହ ଆଲୋଚନା କରି ଏ ସମ୍ପର୍କରେ ତାଙ୍କୁ କୁହାଯାଇଛି । ଉପଲବ୍ଧ ହେଲେ ଘରୋଇ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ହାର୍ଦ୍ଦିକଙ୍କୁ କୁହାଯାଇଛି । ତେବେ ବିସିସିଆଇର ମେଡିକାଲ ଟିମ୍ ଅନୁସାରେ, ରେଡ୍ ବଲ୍ କ୍ରିକେଟରେ ବୋଲିଂ କରିବା ସ୍ଥିତିରେ ନାହାନ୍ତି ହାର୍ଦ୍ଦିକ । ତେଣୁ ସେ ରଣଜୀ ଟ୍ରଫି ଖେଳି ପାରିବେ ନାହିଁ । କିନ୍ତୁ ଭାରତୀୟ ଦଳରେ ସାମିଲ ହୋଇ ନଥିବା ସମୟରେ ଘରୋଇ ସୀମିତ ଓଭର କ୍ରିକେଟରେ ଖେଳିବାକୁ ବାଧ୍ୟ ହେବେ ପାଣ୍ଡ୍ୟା । ନଚେତ୍ ଏକ କଣ୍ଟ୍ରାକ୍ଟରୁ ସେ ମଧ୍ୟ ବାଦ୍ ପଡ଼ିପାରନ୍ତି ।

ବିସିସିଆଇର କଣ୍ଟ୍ରାକ୍ଟରେ ଇଶାନ ଏବଂ ଶ୍ରେୟସ ବାଦ୍ ପଡ଼ିଥିବା ବେଳେ ହାର୍ଦ୍ଦିକଙ୍କୁ ସ୍ଥାନ ମିଳିବା ନେଇ ବୋର୍ଡକୁ ପ୍ରଶ୍ନ କରିଥିଲେ ପୂର୍ବତନ କ୍ରିକେଟର ଇରଫାନ୍ ପଠ।।ନ୍ । ଇରଫାନ୍ ଟ୍ୱିଟରରେ ଲେଖିଥିଲେ ଯେ, ଶ୍ରେୟସ ଏବଂ ଇଶାନ୍ ଉଭୟ ପ୍ରତିଭାବାନ୍ କ୍ରିକେଟର । ଆଶା କରୁଛି ସେ କ୍ରିକେଟକୁ ଏକ ଦମଦାର କମବ୍ୟାକ କରିବେ । ଯଦି ହାର୍ଦ୍ଦିକଙ୍କ ଭଳି ଖେଳାଳିମାନେ ରେଡ-ବଲ କ୍ରିକେଟ୍ ଖେଳିବାକୁ ଚାହୁଁନାହାଁନ୍ତି, ତେବେ ସେ ଏବଂ ତାଙ୍କ ପରି ଅନ୍ୟ ଖେଳାଳିମାନେ ଜାତୀୟ ଡ୍ୟୁଟିରେ ନଥିବାବେଳେ ହ୍ୱାଇଟ-ବଲ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିବା ଉଚିତ କି? ଯଦି ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ତେବେ ଭାରତୀୟ କ୍ରିକେଟ୍ ଇଚ୍ଛାକୃତ ଫଳାଫଳ ହାସଲ କରିପାରିବ ନାହିଁ ।

Get real time updates directly on you device, subscribe now.