fbpx
BJD SKY
BJD SKY

(Video) What an Idea Sir Jee! ଏଥର ଆଉ ଦୁର୍ଘଟଣା ହବନି… ଦେଖନ୍ତୁ ଦୁର୍ଘଟଣା ରୋକିବାକୁ ଟ୍ରକ ଡ୍ରାଇଭରଙ୍କ ନିଞ୍ଜା ଟେକନିକ

BJD

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ବେଳେ ଅନେକ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । କାରଣ ଅନେକ ସମୟରେ ନିଜର ଭୁଲ ନଥାଇ ମଧ୍ୟ ବିଭିନ୍ନ କ୍ଷତି ସହିବାକୁ ପଡ଼ିଥାଏ । ତେବେ ଭାରୀ ଯାନଗୁଡ଼ିକୁ ଦୁର୍ଘଟଣାରୁ ରୋକିବା ପାଇଁ ଅନେକ ପ୍ରୟାସ କରାଯାଇପାରେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ଟ୍ରକ ଡ୍ରାଇଭର ନିଜ ସୁରକ୍ଷା ପାଇଁ କିଛି ନୂଆ ବୁଦ୍ଧି ଆପଣେଇଥିବା ଦେଖାଯାଉଛି । ଟ୍ରକ ଚାଳକ ଜଣକ ନିଜକୁ ଦୁର୍ଘଟଣାରୁ ଦୂରେଇ ରଖିବା ପାଇଁ ଲେଜର ଲାଇଟର ବ୍ୟବହାର କରିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓଟି ଜାପାନର ବୋଲି ଜାଣିବାକୁ ମିଳିଛି । ଏଥିରେ ଜଣେ ଟ୍ରକ ଚାଳକ ଗାଡ଼ିରେ ମାଲ୍ ଲଦି ଯାଉଥିବା ଦେଖାଯାଉଛି । ତେବେ ଗାଡ଼ିରେ ଯିବା ବାଟରେ କେହି ତାଙ୍କୁ ଓଭରଟେକ ନ କରନ୍ତୁ କିମ୍ବା କେହି ତାଙ୍କର ବିଲକୁଲ ପଛରେ ନ ରୁହନ୍ତୁ, ସେଥିପ୍ରତି ସେ ଯଥେଷ୍ଟ ଦୃଷ୍ଟି ଦେଇଛନ୍ତି । ସେଥିପାଇଁ ସେ ନିଜକୁ ଏବଂ ଅନ୍ୟମାନଙ୍କୁ ଦୁର୍ଘଟରାରୁ ବଞ୍ଚାଇବା ପାଇଁ ଏକ ନୂଆ ଉପାୟ ଖୋଜି ପାଇଛନ୍ତି । ଭିଡିଓରେ ଏହା ଦେଖାଯାଇଛି ଯେ, ଟ୍ରକଠାରୁ କିଛି ମିଟର ଦୂରରେ ରାସ୍ତାରେ ଏକ ଲେଜର ଲାଇନ ପଡୁଛି, ଯାହାକୁ ସୁରକ୍ଷା ଟେକନିକ ବୋଲି ମଧ୍ୟ କୁହାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଅପଲୋଡ କରାଯାଇଛି ।

ଏହି ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, ‘ସରଳ କିନ୍ତୁ ସ୍ମାର୍ଟ ଆଇଡିଆ । ଡ୍ରାଇଭରମାନଙ୍କୁ ରେଖା ଅତିକ୍ରମ ନ କରିବାକୁ ପରାମର୍ଶ ଦେବା ପାଇଁ ଏହି ଲେଜର ଲାଇନ ବ୍ୟବହାର କରିବା ଉଚିତ । ବର୍ତ୍ତମାନ ପର୍ୟ୍ୟନ୍ତ ୧୨.୭ ନିୟୁତ ଲୋକ ଏହି ଭିଡିଓ ଦେଖି ସାରିଥିବା ବେଳେ ୧୯ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ୟୁଜରମାନେ ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ଏଭଳି ଏକ ଟେକନିକକୁ ବ୍ୟବହାର କଲେ ଦୁର୍ଘଟଣା ସଂଖ୍ୟାରେ ରୋକ ଲାଗିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.