fbpx
BJD SKY
BJD SKY

(Video)‘ଭୋଟ୍ ଦିଅ, ନୋଟ୍ ବି ଦିଅ’: ଏପରି କହି ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ

BJD

ନୂଆଦିଲ୍ଲୀ:ନିର୍ବାଚନ ସମୟରେ ନୋଟ୍ ଦେଇ ନେତାମାନେ ଭୋଟ୍ କିଣୁଥିବା ବେଳେ ଏବେ କିନ୍ତୁ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି । ଏବେ କଂଗ୍ରେସର ଜଣେ ପ୍ରାର୍ଥୀଙ୍କ ଭିଡିଓ ସାମ୍ନାକୁ ଆସିଛି ଯିଏକି ଲୋକଙ୍କ ମଧ୍ୟକୁ ଯାଇ ଭୋଟ ଓ ନୋଟ୍ ଉଭୟ ମାଗିଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ମଧ୍ୟପ୍ରଦେଶ ଜବଲପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଦିନେଶ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି ସେ ଲୋକଙ୍କ ପାଖକୁ ଯାଇ ଭୋଟ ସହ ନୋଟ୍ ବି ମାଗୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିନେଶ ଯାଦବ କହିଛନ୍ତି କି ତାଙ୍କ ପାଖରେ ନିର୍ବାଚନ ଲଢିବାକୁ ପଇସା ନାହିଁ । ତେଣୁ ସେ ଲୋକଙ୍କୁ ତାଙ୍କୁ ଭୋଟ ଦେବାକୁ କହିବା ସହ ୧୦ଟଙ୍କା ବି ଦେବାକୁ କହୁଛନ୍ତି । ଏହି ସମୟରେ କେହି ତାଙ୍କୁ ୧୦ ତ କେହି ୫୦୦ଟଙ୍କା ଦେଉଥିବାର ନଜର ଆସୁଛି ।

ଦିନେଶ ଯାଦବ କହିଛନ୍ତି ସରକାର ଦଳର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଦେଇଛନ୍ତି । ନାମାଙ୍କନ ଫର୍ମ ସହ ଜମା ଶପଥ ପତ୍ର ଅନୁସାରେ ଦିନେଶଙ୍କ ପାଖରେ ୧କୋଟି ୧୨ଲକ୍ଷ ଟଙ୍କାର ଚଳ ସଂପତ୍ତି ରହିଛି । ତାଙ୍କ ପତ୍ନୀଙ୍କ ପାଖରେ ୫୩ ଲକ୍ଷର ସଂପତ୍ତି ରହିଛି । ଏହା ବ୍ୟତିତ ତାଙ୍କ ପାଖରେ ୨କୋଟି ୮ ଲକ୍ଷ ଓ ପତ୍ନୀଙ୍କ ପାଖରେ ୧କୋଟି ୬୦ଲକ୍ଷ ଅଚଳ ସଂପତ୍ତି ରହିଛି । ସେ କହିଛନ୍ତି କଂଗ୍ରେସର ସବୁ ବ୍ୟାଙ୍କ ଖାତା ସିଜ୍ କରିଦିଆଯାଇଛି ଓ ବିଜେପି ଖାତାରେ ୭ହଜାର କୋଟି ଟଙ୍କା ରହିଛି । ସେ କହିଛନ୍ତି ଜୁନ୍ ୪ରେ ସାରା ଦେଶରେ ପରିବର୍ତ୍ତନର ଲହର ଦେଖିବାକୁ ମିଳିବ । ଏହିଦିନ ଜବଲପୁର ସଂସଦୀୟ କ୍ଷେତ୍ରରେ ବି କଂଗ୍ରେସର ବିଜୟ ପର୍ବ ପାଳନ ହେବ ।

Get real time updates directly on you device, subscribe now.