fbpx

ବେଙ୍ଗାଲୁରୁ ନଛାଡନ୍ତୁ ଓଡିଆ

ବେଙ୍ଗାଲୁରୁରେ ଥିବା ଓଡିଆଙ୍କୁ ଆହ୍ୱାନ ଦେଇଛନ୍ତି ସେଠାକାର ସ୍ଥାନୀୟ ପୋଲିସ କମିଶନର ଭାସ୍କର ରାଓ । ଓଡିଶା ନଫେରିବା ପାଇଁ ବେଙ୍ଗାଲୁରୁ ପୋଲିସ କମିଶନର ସେମାନଙ୍କୁ ଆହ୍ୱନ କରିଛନ୍ତି । ସେ କହିଛନ୍ତି ଯେ, ବେଙ୍ଗାଲୁରୁରେ ଥିବା ଓଡିଆ ଶ୍ରମଜୀବୀ, ଛାତ୍ରଛାତ୍ରୀମାନେ ଭୟଭୀତ ହୁଅନ୍ତୁ ନାହିଁ । ବେଙ୍ଗାଲୁରୁ ପାଇଁ ଆପଣଙ୍କ ଅବଦାନ ବହୁତ ରହିଛି । ଏଠାରେ ଧିରେ ଧିରେ ଶିଳ୍ପାନୁଷ୍ଠାନଗୁଡିକରେ କାମ ଆରମ୍ଭ ହେଲାଣି । ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ । ଓଡିଶା ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଆଲୋଚନା କରୁଛନ୍ତି । କର୍ଣ୍ଣାଟକରେ ସମସ୍ତ ପ୍ରକାର କାମ ଆରମ୍ଭ ହେଲାଣି । ଶ୍ରମିକମାନେ ଓଡିଶା ନଫେରି ଏଠାରେ କାମରେ ଯୋଗଦିଅନ୍ତୁ । ଏଠାରେ ଥିବା ସମସ୍ତ ଓଡିଆଙ୍କ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତିି । କିଛି ସମସ୍ୟା ଥିଲେ ସ୍ଥାନୀୟ ଥାନା ସହ ଯୋଗାଯୋଗ କରନ୍ତୁ ବୋଲି ଭାସ୍କର ରାଓ କହିଛନ୍ତି ।

Get real time updates directly on you device, subscribe now.