fbpx
BSKY
BJD MC SKY
BJD YOUTH SKY

News Paper ରିପୋର୍ଟ ଉପରେ କରନ୍ତୁନି ଭରସା… ଶୁଣାଣି ବେଳେ ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ ବିଚାରପତି ?

ନୂଆଦିଲ୍ଲୀ: ଅଦାନୀ-ହିଣ୍ଡନବର୍ଗ ମାମଲାରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ଭାରତର ସୁପ୍ରିମକୋର୍ଟ । ସିକ୍ୟୁରିଯିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(SEBI) ର ଯାଞ୍ଚ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ସେବିର ଯାଞ୍ଚ ଏସଆଇଟିକୁ ଟ୍ରାନ୍ସଫର କରିବାର କୌଣସି ଆଧାର ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଦାଲତଙ୍କର ଏପରି ଶୁଣାଣି ଅଦାନୀଙ୍କ ବିଜୟ ବୋଲି କୁହାଯାଇପାରେ । ଅଦାନୀ ଗ୍ରୁପଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇ କୋର୍ଟ କହିଛନ୍ତି ଯେ, ଜର୍ଜ ସୋରୋସଙ୍କ ନେତୃତ୍ୱରେ ପ୍ରସ୍ତୁତ ଓସିସିଆରପି ରିପୋର୍ଟ ମାର୍କେଟ ରେଗୁଲେଟର ଯାଞ୍ଚ ଉପରେ ସନ୍ଦେହ କରିବାର ଏକ ଆଧାର ହୋଇ ପାରିବ ନାହିଁ ।

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସର୍ଟ ସେଲିଙ୍ଗ ଉପରେ ହିଣ୍ଡନବର୍ଗ ରିପୋର୍ଟରେ ଆଇନ୍ ର ଉଲ୍ଲଙ୍ଘନ ହୋଇଛି କି ନାହିଁ, ସେ ନେଇ ଭାରତ ସରକାର ଏବଂ ସେବି ଧ୍ୟାନ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ନିୟମ ଉଲ୍ଲଙ୍ଘନ ହୋଇଥାଏ, ତେବେ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବା ଉଚିତ୍ । ତେବେ ୨୨ଟି ମାମଲାରୁ ୨୦ଟି ମାମଲାରେ ଯାଞ୍ଚ ପୂରା କରି ସାରିଛି ସେବି । ସିଲିସିଟର ଜେନେରାଲର ଆଶ୍ୱାସନକୁ ଦୃଷ୍ଟିରେ ରଖି ୩ ମାସ ମଧ୍ୟରେ ଅନ୍ୟ ୨ଟି ମାମଲାର ତଦନ୍ତ ପାଇଁ ସେବିକୁ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଅସାଧାରଣ ପରିସ୍ଥିତିରେ ତଦନ୍ତଭାର ଟ୍ରାନ୍ସଫର କରିବା ଭଳି କ୍ଷମତା ବ୍ୟବହାର କରାଯାଇପାରିବ । କିନ୍ତୁ ଏହି ମାମଲାରେ ତଦନ୍ତଭାର ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।

ତେବେ ବିଧିଗତ ନିୟମ ଉପରେ ପ୍ରଶ୍ନ ଉଠାଇବା ପାଇଁ ଖବରକାଗଜର ରିପୋର୍ଟ ବା ଥାର୍ଡ ପାର୍ଟି ସଂସ୍ଥା ଉପରେ ଭରସା କରିବା ଆତ୍ମବିଶ୍ୱାସକୁ ପ୍ରେରିତ କରେ ନାହିଁ । ଏସବୁ ସେବି ଯାଞ୍ଚ ଉପରେ ସନ୍ଦେହ କରିବା ପାଇଁ ଇନପୁଟ ଭାବରେ ବିବେଚନା କରାଯାଇପାରେ । କିନ୍ତୁ ଏହାକୁ ନିର୍ଣ୍ଣାୟକ ପ୍ରମାଣ ବୋଲି କୁହାଯାଇ ପାରିବ ନାହିଁ । ଜନହିତ ଆବେଦନକୁ ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବିକଶିତ କରାଯାଇଥିଲା । ଯଥେଷ୍ଟ ରିସର୍ଚ୍ଚର ଅଭାବ ଏବଂ ଯାଞ୍ଚ ହୋଇ ନଥିବା ରିପୋର୍ଟ ଉପରେ ନିର୍ଭରଶୀଳ ଆବେଦନକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି ସବୋର୍ଚ୍ଚ ଅଦାଲତ ।

Get real time updates directly on you device, subscribe now.