Breaking: ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ ଓଡିଶାବସୀ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍: ପରିବହନ ମନ୍ତ୍ରୀ
ଖାଲି ମହାକୁମ୍ଭ ନୁହେଁ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍ । ପରିବହନ ମନ୍ତ୍ରୀଙ୍କ ସୂଚନା ।
ଭୁବନେଶ୍ବର: ଡବଲ ଡେକର ବସକୁ ନେଇ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଖାଲି ମହାକୁମ୍ଭ ନୁହେଁ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍ ଓଡ଼ିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡ଼ିବା ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ।
ମହାକୁମ୍ଭ ମେଳା ପାଇଁ ଏବେ ୪ଟି ଜାଗାରୁ ବସ୍ ଗଡ଼ିବା ନେଇ ଯୋଜନା କରାଯାଇଛି । ଭୁବନେଶ୍ବର, ବ୍ରହ୍ମପୁର, ଭବାନୀପାଟଣା, ସମ୍ବଲପୁରରୁ ଗଡ଼ିବ ବସ୍ ।
ଏହାବାଦ୍ ଅନ୍ୟ ତୀର୍ଥସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଥିବା କଥା କହିଛନ୍ତି ପରିବହନ ମନ୍ତ୍ରୀ ।
କୁମ୍ଭମେଳାକୁ ବସ୍ ଗଡିବା ନେଇ କାଲି ହୋଇଥିଲା ଘୋଷଣା- କୁମ୍ଭମେଳା ପାଇଁ ଓଡ଼ିଶାରୁ ଆଯୋଧ୍ୟାକୁ ବସ୍ ସେବା । ଚାରୋଟି ଉତ୍ସର୍ଗୀକୃତ ମାର୍ଗରେ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ଚାଲିବ । ପୁରୀ, ସମ୍ୱଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବାହାରିବ ବସ୍ । ଜାନୁଆରୀ 13ରୁ ଫେବୃଆରୀ 26 ଯାଏଁ ବସ୍ ଗଡିବା ନେଇ ଯୋଜନା ହୋଇଥିବା ବେଳେ OSRTC ୱେବସାଇଟ୍ ରେ ହେବ ଅଗ୍ରୀମ ଟିକେଟ୍ ବୁକିଂ ହେବ ।
ମେବାଇଲ୍ ଆପ୍ ଓ ଟିକଟ କାଉଣ୍ଟରରେ ବି ଯାଇ କରିହେବ ବସ୍ ଟିକେଟ୍ । ଯାତ୍ରୀମୀନଙ୍କ ସହାୟତା ପାଇଁ ରହିବ 24 ଘଣ୍ଟିଆ ହେଲ୍ପଲାଇନ୍ ବ୍ୟବସ୍ଥା ।