fbpx

ରାଜଧାନୀରେ ଡବଲ ମର୍ଡର: ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କଲା ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ହତ୍ୟା, ଲୁଟ ପରି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ରାଜଧାନୀରେ ଏକ ଡବଲ ମର୍ଡର ଦେଖିବାକୁ ମିଳିଛି । ରାଜଧାନୀର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଏହି ଅଘଟଣ ଘଟିଛି । ଏକ ସରକାରୀ ମେଡିକାଲ କଲେଜ ନିକଟସ୍ଥ ଏକ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଜଣାପଡ଼ିଛି ଯେ, ଚନ୍ଦ୍ରଶେଖରପୁରର ପ୍ଲଟ ନମ୍ବର ଇଡବ୍ଲ୍ୟୁଏସ-୨୩/୨ରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ମୃତ ମହିଳାଙ୍କ ସ୍ୱାମୀ ବିଜୟ ସେଠୀଙ୍କୁ ଥାନାରେ ଅଟକ ରଖାଯାଇଛି । ତେବେ ପାରିବାରିକ ହିଂସା କାରଣରୁ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ଅଭିଯୁକ୍ତ ବିଜୟ । ତେବେ କେଉଁ କାରଣ ପାଇଁ ବିଜୟ ନିଜର ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କଲେ ସେନେଇ ସବିଶେଷ ସୂଚନା ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ଆଜି ବ୍ରହ୍ମପୁରରେ ମଧ୍ୟରେ ଏକ ଡବଲ ମର୍ଡର ଘଟଣା ଦେଖିବାକୁ ମିଳିଥିଲା । ଦିଗପହଣ୍ଡିର ଚଷାନିମଖଣ୍ଡି ଗ୍ରାମ ନିକଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବିଳମ୍ବିତ ରାତ୍ରିରେ ରାସ୍ତାକଡ଼ରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତା’ପରେ ଦୁହିଁଙ୍କୁ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.